STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ଚାକିରି

ଚାକିରି

1 min
385

ମାସସାରା ଖଟିଲେ

ମାସ ଶେଷକୁ ମିଳେ ଟଙ୍କା

ଯାହାକୁ ଆମେ କହୁ ଦରମା

କାହାର ଖର୍ଚ୍ଛକୁ ପଏନି

କାହାର ବଳିପଡେ

କିଏ ଟିକସ ଭରେ


ଏ ସବୁ ପରେ

ଯାହା ବଳିପଡେ

କାହାରି ହୁଏ ଦୁଃଖ

କାହାରି ହୁଏ ସୁଖ


ଯିଏ ଚାକିରିକୁ ନେଇ ସନ୍ତୋଷ

ସେ ଚାଲୁ ରଖେ

ଯେ ଅସନ୍ତୋଷ

ଥରକୁ ଥର ଚାକିରି ବଦଳାଏ

କେବେ ଟଙ୍କା ପାଇଁ

କେବେ କାର୍ଯ୍ୟରେ ସନ୍ତୋଷ ପାଇଁ

ବେଳେ ବେଳେ ସରକାରୀ ଚାକିରିରେ

ସବୁବେଳେ ବେସରକାରୀ ଚାକିରିରେ


ହେଲେ ମୁଁ ତ'

ବେସରକାରୀ ଚାକିରିଆ

ନା' ମୁଁ ଅର୍ଥରେ ସନ୍ତୁଷ୍ଟ

ନା' କରୁଥିବା କାର୍ଯ୍ୟରେ ଆନନ୍ଦ

ତଥାପି କାମ କରିଚାଲିଛି

ମୋତେ ବଞ୍ଚିବାର ଅଛି

ପେଟକୁ ଦାନା, ଦେହକୁ କନା

ନିଜର ସ୍ବାଭିମାନକୁ ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract