ଚାହିଁ ରହିଛି ବ୍ରହ୍ମାଣ୍ଡ
ଚାହିଁ ରହିଛି ବ୍ରହ୍ମାଣ୍ଡ
ନବଯୌବନର, କାଳିଆର ରୂପ, ଦେଖିବ ସାରା ଭୁବନ,
ଚାହିଁ ରହିଛନ୍ତି,ତୋତେରେ ଠାକୁର,
କରିବେ ତୋର ଦର୍ଶନ !!
ଭାଇ ଓ ଭଉଣୀ ଥିବେ ନିଜ ରଥେ ପଛେ ଥିବ ତୁମ ରଥ,
ବଡ଼ ଭାଇ ରଥ ଥିବ ଆଗ ହୋଇ
ମଧ୍ୟେ ଭଉଣୀର ରଥ !!
ଦେବଦଳନ ଯେ ସୁଭଦ୍ରାଙ୍କ ରଥ ବଳଭଦ୍ର ତାଳଧ୍ୱଜ,
ବସି ଥିବ ତୁମ ନନ୍ଦିଘୋଷ ରଥେ
ବ୍ରହ୍ମାଣ୍ଡର ଦେବ ରାଜ !!
ସଜେଇ ଦେବରେ ପଣ୍ଡା ଗଣ ତୋତେ ଦିଶିବୁ ଅତି ସୁନ୍ଦର,
କୃପାସିନ୍ଧୁ ତୁହି କରିବୁରେ କୃପା
ଟାଣୁ ଥିବେ ରଥ ତୋର !!
ଆଷାଢ଼ ମାସର ଶୁକ୍ଳପକ୍ଷ ପୁଣି ଦ୍ବିତୀୟା ତିଥି ଟି ପରା,
ମାଉସୀ ଘରକୁ ଯିବୁ ଜଗନ୍ନାଥ
ଜଗତ ଦେଖିବ ସାରା !!
ବରଷ କେ ଥରେ ମାଉସୀ ଘରକୁ ଯାଉ ପରା ନିରଞ୍ଜନ,
ମାଉସୀ ପ୍ରୀତିରେ ହେଉ ତୁ ପାଗଳ
ରହି ଯାଉ କିଛି ଦିନ !!
ମହିମା ତୋହରି ଗୁଞ୍ଜୁଛି ବିଶ୍ବରେ ସାକ୍ଷାତେ ତୁ ଦାରୁବ୍ରହ୍ମ,
ନବଯୌବନର ରୂପର ଦର୍ଶନ
ସାକ୍ଷାତ ପରମବ୍ରହ୍ମ !!
ତୁମ ଦିବ୍ୟ ଜ୍ୟୋତି ଦେଖିଣ ଭକତ କରିବ ସାର୍ଥକ ପ୍ରାଣ,
ମହିମା ତୋହରି କେ ବର୍ଣ୍ଣି ପାରିବ
ବଡ଼ଦାଣ୍ଡରେ ଦେଖିଣ !!
ରୁଣ୍ଡ ବଡ଼ଦାଣ୍ଡେ କୋଟି କୋଟି ଭକ୍ତ ଭକ୍ତଙ୍କ ସାଗର କିବା,
ସୃଷ୍ଟିକର୍ତ୍ତା ତୁହି ଲୀଳା କରୁ ଥାଉ
କେ ବୁଝିବ ମାୟା ଅବା !!
ମଣିମା ମଣିମା ବଡ଼ଦାଣ୍ଡ ଗୁଞ୍ଜେ ତୁହି ପୁରୁଷୋତ୍ତମ,
ଟାଣୁ ଥାନ୍ତି ରଥ ଭକ୍ତ ଯେ ଶ୍ରଦ୍ଧାରେ
ନିରାକର ଦାରୁବ୍ରହ୍ମ !!
ଦେଖିବାକୁ ମନ ହୁଏ ଟି ଆତୁର ରହିଛୁ ବିଚ୍ଛିନ୍ନାଞ୍ଚଳେ,
ଉତ୍କଳର ଭୂମି ଥିଲା ଏହୁ ପରା
ମନଟା ଅଛି ବ୍ୟାକୁଳେ !!
ତବ ରଥଯାତ୍ରା ହୁଏ ଟି ଭୂମିରେ ବିଚ୍ଛିନ ଷଢେ଼ଇକଳା,
ରୀତି ଓ ନୀତିରେ ହୁଏ ରଥ ଟଣା
ଛଉ ନୃତ୍ୟ ଭୂଇଁ କଳା !!
ଆରାଧ୍ୟ ଆମର ହେ ମଧୁସୂଦନ ଧ୍ୟାନ ଦିଅହେ ଏଠାରେ,
ଡାକୁଛି ଓଡ଼ିଆ ବିଚ୍ଛିନ୍ନାଞ୍ଚଳରୁ
କରୁଣା କର ତାଙ୍କରେ !!
