STORYMIRROR

Bijaya kumar panda

Inspirational Others Children

4  

Bijaya kumar panda

Inspirational Others Children

ଚାଚାଜୀ

ଚାଚାଜୀ

1 min
344

ଚାଚାଜୀ ନେହେରୁ ଜୀ ତୁମ ଜନ୍ମ ଦିନରେ

   ‌ ‌‌   ଏହି ରାଇଜ ଅଛି କିିିପରି ଦେଖିଯାଅ ଥରେ,

ଅତୀତ କୁ ଆମେ ଭୁଲି ଯାଉରେ

       ଭବିଷ୍ୟତ କଥା ନଭାବୁ ଥରେ

ମୁଁ ରୂପକ ରାକ୍ଷସ ମାତେ ଅନ୍ୟାୟକୁ ଧରି ତାହାରି ହାତେ। ଜୀବନରେ ଯଦି ଦୁୁୁଃଖ ଭୁଲିିିବେ

       ଶିଶୁୁଙ୍କ ସହିତ ଖେଳରେ ସର୍ବେ

ଇଶ୍ଵରଙ୍କ ପ୍ରାପ୍ତି ହୋଇବ ତେବେ

        ପିଲାଙ୍କ ଗହଣରେ ରହିବ ଯେବେ

ପିତାମାତାଙ୍କ କଥାକୁ ମାନି ବାଣୀ ପୀଠରେ ପାଠ ପଢ଼ିବେ।

କୌଣସି କାର୍ଯ୍ୟ ଛୋଟ ନୁହେଁଁ ରେ

         କାମ କୁ ଘୃୃଣା ନକର କେବେ

ପଶୁୁୁ ପକ୍ଷୀ ହତ୍ୟା ନକର କେବେ

          ପରିିବେଶ ସଦା ସୁନ୍ଦର ରହେ

ଗୁରୁକୁଳ ଶିକ୍ଷା ଲାଭ କରିବେ ସୁୁୁୁନାଚାନ୍ଦ ପରି ହସିଉଠିିିିବେ।

ଆଜିର ପିଲା କାଲିିି ନାଗରିକ

           ଆମ ଦେଶରେ ସେ ଭବିଷ୍ୟତ

ଗୋଲାପ ଭଳି ହସି ପାଠ ପଢ଼ିବେ 

           ନେହୁର୍ ଙ୍କ ସ୍ବପ୍ନ ସତ କରିବେ

ଛୋଟ କଢ଼ଟି ଫୁଟିିିବ ଯେବେ, ବାସ ରେ ଦେଶ ଚହଟି ଯିବ।

ପିତା ମାତା କେବେ ଚାପ ନଦେବେ

          ପିଲାଙ୍କ ରୁଚି ରେ ପାଠ ପଢ଼ିବେ

ଘୋଡ଼ା ଚଢ଼ିିିିବେ କି ଘାସ କାଟିବେ

          ସବୁଥିରେ ଏକ ନମ୍ବର ହେବେ

ଶପଥ ନେବା ଶିଶୁ ଦିବସେ ଦେଶର ଟେକ ରଖିବା ଆମେ।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational