STORYMIRROR

Sachidananda Kar

Inspirational

3  

Sachidananda Kar

Inspirational

ଚାଚା ହେ

ଚାଚା ହେ

1 min
193

ଚାଚା ହେ ତୁମକୁ

ଝୁରେ ଆଜି ଏଇ ଭାରତ ମାତା

ତୁମେ ପରା ଏଇ

ନୂଆ ଭାରତର ଜନମ ଦାତା ।।


ଫିରିଙ୍ଗି ହାତରୁ

ହାତକୁ ଶାସନ ଆଣିବା ପାଇଁ

ଲଢିଥିଲ ତୁମେ

ଜନନେତା ସାଜି ଆଗରେ ଥାଇ ।।


ସେଦିନ ଆସିଲା

ଗୋରା ବେପାରୀଙ୍କ ଫେରିଲା ଚେତା

ଦେଶ ମୁକୁଳଲା

ତୁମେ ହେଲ ଚାଚା ଦେଶର ନେତା ।।


ଦେଶର ଜନତା

ଚଳିଲେ ତୁମକୁ ମୁରବି କରି

ଦେଶବାସୀଙ୍କର

ତୁମେ ଥିଲ ସତେ ସାଥିଟେ ପରି ।।


କୁନି କୁନି ଯେତେ

ଥିଲୁ ଆମେ ତୁମ ଆଦର ଧନ

ଆମଠାରେ ଥିଲା

ଚାଚା ହେ ତୁମରି ପରାଣ ମନ ।।


ନାହଁ ତୁମେ ହେଲେ

ମନେପଡେ ଆଜି ତୁମରି କଥା

ତୁମରି ଚରଣେ

ଆପେ ଆପେ ନୁଏଁ ଆମରି ମଥା ।।


ହେ ମହାନାୟକ

ଦୂରେ ଥାଇ ଆମ ଜୁହାର ନିଅ

ଏଇ ଭାରତକୁ

ଗଢିବା ପାଇଁକି ଆଶିଷ ଦିଅ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational