STORYMIRROR

Santosh Mishra

Abstract

2  

Santosh Mishra

Abstract

ଚାବୁକ

ଚାବୁକ

1 min
137

ରାଜାଙ୍କ ଶାସନ ଇଂରେଜ ଶାସନ

ଚାବୁକ୍ ଏଠାରେ ନାହିଁ,

ଅର୍ଥ ଦଣ୍ଡ କେବେ ଦଣ୍ଡ ହୋଇବନି

ଜନତା କହନ୍ତି ଭାଇ,

ଚାବୁକ୍ କୁ ଦିଅ ଥୋଇ, 

କର ପ୍ରଚଳନ କରିବ ଶାସନ

ସବୁ ସୁଧୁରିବେ ଯାଇ


ହେଲମେଟ୍ ପାଇଁ ଗୋଟିଏ ଚାବୁକ

ନିୟମ ଭାଙ୍ଗିଲେ ଦୁଇ,

ବିନା ଲାଇସେନ୍ସ ପାଞ୍ଚୋଟି ପ୍ରହାର

ପିଠିରେ ହିଁ ଦିଅ ଥୋଇ,

ଛକର ମଝିରେ ରହି,

କର ଅନୁଧ୍ୟାନ ମୋ ଟ୍ରାଫିକ ଭାଇ

ନ ଯିବେ କେହି ପଳେଇ


ମୁଖ୍ୟମନ୍ତ୍ରୀ ଗଲେ ଛକ ଜାମ ହୁଏ

ଠିକ୍ ସେଇମିତି ହେବ,

ପ୍ରତି ଘଣ୍ଟାକରେ ଦୋଷୀକୁ ସେଠାରେ

ଚାବୁକ୍ ପ୍ରହାର ଦେବ,

ପାଇଥିଲେ ନାମ ନେବ,

ଦେଖିଲା ଲୋକଟି ଆଗାମୀ ଦିନକୁ

ପୁରାପୁରି ସୁଧୁରିବ


ଏହି ନିୟମଟା ହେଲା କଡ଼ାକଡ଼ି

ଜନତା ସୁରକ୍ଷା ପାଇଁ,

ତାହାରି ଭିତରେ ନିଜେ ଛନ୍ଦି ହେଲି,

ଟିକେ ଅବହେଳା ହୋଇ,

ହେଲମେଟ୍ ମଥାରେ ନାହିଁ,

ପିନ୍ଧିଲେ ତାହାକୁ  ମୋ ମଥା କୁଣ୍ଡାଏ

କାହାକୁ କହିବି ଭାଇ


ଦିନ ଚାରିଟାରେ ମୋ ପାଳି ପଡିଲା

ଖାଇବି ଗୋଟେ ଚାବୁକ,

ଚାବୁକ ମାଡ଼ର ଭୟ ପସିଗଲା

ନିଦ ଭାଙ୍ଗିଗଲା ଦେଖ,

ଥିଲା ଏ ସପନ ସୁଖ,

ପାହାନ୍ତି ପ୍ରହରେ ସପନ ଦେଖିଛି

ଟ୍ରାଫିକ ନିୟମ ରଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract