STORYMIRROR

RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

ବ୍ୟତିକ୍ରମ

ବ୍ୟତିକ୍ରମ

1 min
171

କାଳି କୋତରୀ ବି,ସୁନ୍ଦରୀ ଦିଶଇ,ଅସୁନ୍ଦରୀ ଦିଶେ ଗୋରୀ

ଯମ ଯନ୍ତ୍ରଣା ବି ମଧୁର ଲାଗଇ,ମାତୃତ୍ଵ ଲଭିଲେ ନାରୀ।


ପାଣିରୁ ବି ଉଠେ ,ଉଷ୍ଣତାର ବହ୍ନି, ପଡ଼ିଲେ ପାଣିରେ ଚୂନ

ସାପ କାମୁଡ଼ିଲେ, ବିଷ ବି ଦିଅଇ,ମହତ ଅମୃତ ଦାନ।


ଧର୍ମ କରି ବଳୀ ,ପାତାଳ କୁ ଯାଏ,ଅଜାମ୍ବିଳ ଧୁଏ ପାପ

ଅଭିଶାପ ସାଜେ, ଆଶିର୍ବାଦ ବନ୍ୟା ,ଦଶରଥ ହୁଏ ବାପ।


ଶୂନ୍ୟ ରୁ ବି ଝରେ,ଅମୂଲ୍ୟ ସମ୍ପଦ, ଅମର କବିତା ଗୁଚ୍ଛ

ମନରେ ବି ମରେ, ଅସରା ସପନ,ଜୀବନ କୁ କରି ତୁଚ୍ଛ।


ସ୍ଥୂଳ ଆଖି ଯାହା ,ନ ଦେଖି ପାରଇ ତା'ର ବି ଅମାପ ଶକ୍ତି

ଛାର ଭୂତାଣୁ ଟା, ଦେଖୁ ନ କେମିତି,ଅବରୋଧ କରେ ଗତି।


ଖଟି ଖଟି ଏଠି, ପୂରେନି ତ ପେଟ,ଖେଳି ଖେଳି କୋଟିପତି

ରାଜନୀତି ରେ ତ, ସବୁଟା ସମ୍ଭଵ,ନ ଥାଏ ନୀତି ଅନୀତି।


ସବୁ କଥାରେ ତ ,ଥାଏ ବ୍ୟତିକ୍ରମ,ଉପାୟ ନାହିଁ ଆମର

ସାନ ହେଇ ଦେଖ ,କାଳିଆ କେମିତି,ବୋଲାଏ ବଡ଼ ଠାକୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational