STORYMIRROR

Satyanarayan Sahoo

Abstract Drama Fantasy

4  

Satyanarayan Sahoo

Abstract Drama Fantasy

ବୟସର ସାୟାହ୍ନରେ

ବୟସର ସାୟାହ୍ନରେ

1 min
323


 

ବ୍ରୁଦ୍ଧ ବେନି ଜଣ ଯାଉ ଯାଉ ପଥେ

 ଅଦ୍ଭୂତ ଆକର୍ଷଣ ରେ

ପରଷ୍ପର ପ୍ରତି ଅନୁରାଗ ପ୍ରୀତି

 ଭରି ଆପଣା ମନ ରେ ।


ଆଳାପ ଆରମ୍ଭ କରିଲେ ଅଟକି

 ଭବିଷ୍ୟତ ବିଷୟରେ

 ଜାଣିବାକୁ ଚାହିଁ ରହିଲେ ଅନାଇ

ଅତୀତ ସ୍ମୃତି ଚିନ୍ତାରେ ।


ଅତୀତରେ ଆମେ ଖେଳି ପିଲା ଦିନେ

ବିତାଇଛୁ ମଉଜ ରେ

ବୁଢ଼ା ଦିନେ ଏବେ ଡାକନ୍ତି ସଭିଏଁ

ବୁଢ଼ା ମଉସା ନାମରେ ।


ସମୟ ସରିତ ସ୍ରୋତ ଯାଏ ବହି

ମହାକାଳ ପାରାବାରେ

ଉପନୀତ ଆମେ ଵେନିଏ ହୋଇଛୁ

ବୟସ ର ସାୟାହ୍ନ ରେ ।


କେଉଁ ଦିନ ଅବା ଘେନିବୁ ବିଦାୟ

ଶିହରଣ ପରାଣ ରେ

ବଞ୍ଚି ଅଛୁ ନିତି ଲାଗେ କେତେ ଖୁସି

ନାତି ନାତୁଣୀ ମେଳରେ ।


ସଭିଏଁ ଆଦର କରନ୍ତି ଅପାର

ଆମକୁ ବୃଦ୍ଧ କାଳରେ

ଯୌବନ ର ଗପ ମିଳାମିଶା ଦୁଃଖ

ନାହିଁ ଆଜି ବହୁ ଦୁରେ ।


ଛାଡ଼ିଚୁ ଦୁଃଖ କୁ ଜାବୁଡ଼ି ଖୁସିକୁ

ଚଳୁଛୁ ଖୁସି ମନ ରେ

ରୋମାଞ୍ଚ ସ୍ପନ୍ଦନ ଘେନି ମନ ପ୍ରାଣ

ଆହା କି ଆନନ୍ଦ ଭରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract