Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

4.0  

Kalpana Kumari Pradhan

Inspirational

ବୟସ

ବୟସ

1 min
433


ଦିନ ବିତିଯାଏ ମାସ ବିତିଯାଏ

  ଗଡ଼ିଯାଏ ପୁଣି ବରଷ l

ଶିଶୁରୁ କିଶୋର ଯୌବନ ବାର୍ଦ୍ଧକ୍ୟ

  ଦେଇ ଯାଏରେ ବୟସ l

ଶିଶୁ ବୟସଟା ଅଜ୍ଞାନରେ ବଶ

  ଜାଣେନା ସେ ଦୁନିଆ l

ଖେଳେ ଆନନ୍ଦରେ କଣ୍ଢେଇ ସଙ୍ଗେ

 ସବୁ କିଛି ବାପା ମାଆ l

ଯେତେବେଳେ ଶିଶୁ ବାଲ୍ୟଅବସ୍ଥାକୁ

  ପ୍ରବେଶ କରିଥାଏ l

ନୂଆଁ ସାଙ୍ଗସାଥି ଘରର ବାହାରେ

   ଦୁନିଆରେ ସେ ଲଭିଥାଏ l

ବାଲ୍ୟ ଅବସ୍ଥା ଖେଳି ନାଚି କୁଦି

  ବିଦ୍ୟା ଆରମ୍ଭ କରଇ l

ମାନ ଅଭିମାନେ ପ୍ରାଥମିକ ଡେ଼ଇଁ

  କୈଶୋର ଅବସ୍ଥା ଦେଖଇ l

ଏହି ଅବସ୍ଥାରେ ଶାରୀରିକ ସହ

 ମାନସିକ ବୃଦ୍ଧି ପାଏ l

ପ୍ରାପ୍ତ କରେ କୈଶୋର ଶେଷରେ

  ଯୌବନର ପ୍ରାରମ୍ଭ ଅବସ୍ଥା l

ଭୂଲଠିକ କଣ ମନରେ ବିଚାରି

  ଚିନ୍ତେ ଭବିଷ୍ୟତ କଥା l

ଉଦ୍ଦାମ ଯୌବନ ଦେହେ ଭରେ

 ଶତ ସିଂହ ର ବଳ l

ଜିଣିଛି ମେଦିନୀ ଭାବି କର୍ମ

 କରୁକରୁ ସରିଆସେ କାଳ l

ଶେଷରେ ବାର୍ଦ୍ଧକ୍ୟ ଆସଇମାଡି

  କ୍ଲାନ୍ତି ଶରୀରେ ଭରି l

ବୟସତ ଗଡି ଚାଲିଛି ତାପଥେ 

  ଦିନ ପରେ ଦିନ ବିତିଗଲା l

ଶୈଶବ ରୁ ବାର୍ଦ୍ଧକ୍ୟ ଲଭିଲା

  କିଛି ଆଭାସ ନ ପାଇଲା l

ମାୟାର ଜଗତ ଅଟଇ ଏହା

  ସବୁ ପ୍ରକୃତି ର ଖେଳ l

ରାଜା ରଙ୍କ ରହିବେନି କେହି

 ଚୋରେଇ ନିଏ ସବୁ କାଳ l

ମନୁଷ୍ୟ ବୁଝି ଅବୁଝା ହୁଏ

 ଏ ମାୟା ଜାଲରେ ପଡି l

ସକାଳ କୁସୁମ ସଞ୍ଜରେ ଝଡ଼େ

  ଯିବ ତା ଜୀବନ ଛାଡି l

ସମୟ ଥାଉଁଣୁ ହେଜରେ ମନ

 କର୍ମ ପୂର୍ବରୁ ଚିନ୍ତାକର l

ସବୁ ରହିଯିବ ଏ ଧାମେ

  କର୍ମ ଯିବ ତୋର ସାଥେ l



Rate this content
Log in

Similar oriya poem from Inspirational