Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ବୟସ

ବୟସ

1 min
203



କର୍ମଠାରୁ ଆଜି      ଚିନ୍ତନ ଅଧିକ

କରି ଚାଲିଛି ତ କର୍ଷଣ

ସନ୍ଧାନ ପାଇଲି    ଏ ଜୀବନ ଆଉ

କାବ୍ୟ ନୁହେଁ ଏକ ଦର୍ଶନ ।

ଅଧାରୁ ଅଧିକ      ଚାଲି ସାରିଲିଣି

ଅଜଣା ଲକ୍ଷ୍ୟକୁ ଚାହିଁକି

ଜୀଇଁ ତ ଚାଲିଛି    ତଥାପି ଭାବୁଛି

ଏଭଳି ଭାବନା କାହିଁକି ?

ସୁନ୍ଦରତା ପ୍ରତି     ଢଳିବାର ଥିଲା

ଯଉବନେ ଯାହା ଶୋହିତ

ଜିତିବାର ପାଇଁ    ପରୀକ୍ଷଣ ପରେ

ପ୍ରାପ୍ତଫଳେ ହୁଏ ମୋହିତ ।

ଆହ୍ୱାନ ପାଇଲେ    ବଢିଛି ଆଗକୁ

ସାହସ ନଥିଲା ଅଭାବ

ସଂସାର ସଂଘର୍ଷେ   ଜିତିବାର ଥିଲା

ଦେଖାଇ ହେବାକୁ ପ୍ରଭାବ ।

ବନ୍ୟା ଓ ଭଉଁରୀ  ହୃଦୟେ ଖେଳିଛି

ଅନଳ ଜଳିଛି ଚିତ୍ତରେ

ଶବ୍ଦରେ ଆବଦ୍ଧ    ରହିଛି ଅନେକ

ଛନ୍ଦ ତୋଳିବାକୁ ଗୀତରେ ।

ସେତେବେଳେ କାହିଁ ଭାବୁଥିଲି ମୋର

ଲକ୍ଷ୍ୟ ତ ରହିଛି ଅଦୂରେ

ପାଗଳ ଭଳିଆ     ତୃପ୍ତ ହେଉଥିଲି

ଜୀବନର କଟୁ ମଧୁରେ ।

ନିଆଁ ନାହିଁ ଆଉ   ବନ୍ୟା ନାହିଁ ଆଉ

ବିତାଇଛି କେତେ ବୟସ

ମଧୁ ଏବେ ପିତା  ଭଲ ଲାଗେ ଗୀତା

ସରି କି ଯାଇଛି ଅୟସ !



Rate this content
Log in

Similar oriya poem from Inspirational