STORYMIRROR

Goutam Mohanty

Romance Tragedy

3  

Goutam Mohanty

Romance Tragedy

ବ୍ୟର୍ଥ ପ୍ରେମିକା

ବ୍ୟର୍ଥ ପ୍ରେମିକା

1 min
246


ତମ ଆଖିରେ ଅନେକ ନିଦ

     ହେଲେ ମୋ ନିଦ ହଜିଯାଇଛି,

ତମେ ଆଜି ଭାସ ସୁଖର ସାଗରେ

      ମୋ ସୁଖ ସବୁ ସରିଯାଇଛି,

ତମେ ଭିଜ ଆଜି ଖୁସିର ବର୍ଷାରେ

     ମୋ ଆଖିରେ ଶ୍ରାବଣ ଘର କରିଛି।


ସପନ ନୌକାରେ ତମେ ଯେ ନାବିକ

     ମୋ ତରୀ ଆହୁଲା ଭାଙ୍ଗିଯାଇଛି,

ସୁନିଦ୍ରା ତନ୍ଦ୍ରା ର ସୁନେଲୀ ସ୍ଵପ୍ନ

     ମୋ ଆଖିକୁ ସବୁ ମନା ହୋଇଛି ,

ତମ ପଥ ଆଜି ଅତର କୁସୁମ

    ପଥ ମୋର କଣ୍ଟକିତ ହୋଇଛି।


ତମେ ଯେ ସାଜିଛ ନୀଳ ପ୍ରଜାପ୍ରତି

    ବୁଢୀଆଣି ଜାଲେ ମୁଁ ଛନ୍ଦି ହୋଇଛି ,

ତମେ ଆକାଶର ରୂପା ଜହ୍ନ ପରା

      ମଲା କୁମୁଦ ମୁଁ ଝୁରି ମରୁଛି,

ତମ ସ୍ନେହଁ ଶ୍ରଦ୍ଧା ପାଇବାକୁ ଟିକେ

     ଫେରିବା ପଥକୁ ଚାହିଁ ରହିଛି।


ତମ ପାଦ ଚିହ୍ନ ସାଉଁଟି ସାଉଁଟି

     ଅପରିଚିତା ମୁଁ ସାଜି ଯାଇଛି,

ତମ ହୃଦୟ କୋଣରେ ଜାଗା ଟିକେ ପାଇଁ

      ଆକ୍ତା ମାକ୍ତା ହୋଇ ଘୂରିବୁଲୁଛି।


କାହିଁ ଗଲା ତମ ପ୍ରେମର ମୂର୍ଚ୍ଛନା

   ମୋ ହୃଦ ବୀଣା ତନ୍ତ୍ରୀ ଝୁରି ହେଉଛି,

ସଂପର୍କ ଡୋରୀରେ ବାନ୍ଧିଦେଇ ମତେ

    ଭାଗ୍ୟ କ'ଣ ମୋ ସଂଗେ ଖେଳ ଖେଳୁଛି ?


        ‌‌                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance