STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ବ୍ୟାସକବି ଏ ଜାତିର

ବ୍ୟାସକବି ଏ ଜାତିର

1 min
220

ଫକୀର ମୋହନ  ତବ ଗୁଣଗାନ 

     ସୂର୍ଯ୍ୟଙ୍କୁ ଡିବିରି ବତୀ

ରେବତୀ ଲଛମା  ସୁଲୋଚନା ଜେମା

    ସାରିଆ ଭଗିଆ ଗତି ।

    ଭୁଲିବ ନାହିଁ ଏ ଜାତି

ଓଡିଶାର ତୁମେ  ବ୍ୟାସ କବି ନାମେ

    ତୁମେ ହିଁ ଗତି ମୁକତି।


ଭାଷାର ସୁରକ୍ଷା  ହେଲା ତବ ଦୀକ୍ଷା

    ପ୍ରଚାର ପ୍ରସାର ପାଇଁ

ରାଧା ମଧୁ ସହ   କଲ ଅବଗାହ

    ଉତ୍କଳ ଭାରତୀ ଠାଇଁ ।

    ତୁଳନା ଯାହାର ନାହିଁ

ଗଳ୍ପ ଉପନ୍ୟାସ   ଦେଲ ଜୀବନ୍ୟାସ

    କବିତା ମୁର୍ଛନା ତହିଁ। 


ବାମଣ୍ଡା ରାଜନ   ସାହିତ୍ୟ ଭାଜନ

     କଲେ ପୃଷ୍ଠପୋଷକତା

ଉତ୍କଳ ହିତୈଷୀ   କରେ ଧରି ମସୀ

     ସମ୍ବାଦ ସହଭାଗୀତା ।

     ଯାହାର ଯେଉଁ ଯୋଗ୍ୟତା

କଲେ ଯୋଗଦାନ  ହେଉବା ନଗନ୍ଯ

    ସାହିତ୍ୟ ହେଲା ଭଣିତା। 


ଅଳପ ବିଦ୍ୟାରେ   ପଡି ଦାରିଦ୍ର୍ଯରେ

     ରୋଗ ସାଜିଲା ଭଗାରି

ଦୃଢ ମନୋବଳ    ନ ହେଲା ଦୁର୍ବଳ

     ସୃଜନଶୀଳତା ଭରି ।

     ସଭ୍ୟ ଜମିଦାର ପରି

ସମାଜର ଚିତ୍ର   ଆଙ୍କିଲ ବିଚିତ୍ର

     ଜାତି ନ ଯାଉ ବିସ୍ମରି। 



Rate this content
Log in

Similar oriya poem from Abstract