STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ବ୍ୟାସ କବି ଫକୀର ମୋହନ

ବ୍ୟାସ କବି ଫକୀର ମୋହନ

1 min
195



ଓଡ଼ିଆ ସାହିତ୍ଯର ସ୍ରଷ୍ଟା ତୁମେ ଫକୀର ମୋହନ

ତୁମରି ଗଳ୍ପ ଉପନ୍ୟାସ ମୋହି ନେଉଅଛି ମନ ।


ଯେବେ ଓଡ଼ିଆ ଭାଷା ପଡିଥିଲା ଘୋର ସଙ୍କଟରେ

ଦେବ ଦୂତ ହୋଇ ଆସି ଭାଷା ବଞ୍ଚାଇଲ ଓଡ଼ିଶାରେ ।


ମଲିକାଶ ପୁରେ ଜନ୍ମ ହୋଇଥିଲ ଆହେ ବ୍ୟାସ କବି

ମକର ସଂକ୍ରାନ୍ତି ଶୁଭ ଲଗ୍ନ ରେ ତୁମକୁ ଝୁରି ହେବି ।


ସରଳ ବ୍ୟାକରଣ ଭାରତ ଇତିହାସ କୁ ଲେଖିଲ

ଓଡ଼ିଆ ଗଳ୍ପର ଆଦି ସ୍ରଷ୍ଟା ନାମ ତୁମେ ହିଁ ରଖିଲ ।


ଛ ମାଣ ଆଠ ଗୁଣ୍ଠ ,ଲଛମା ଆଦି ତୁମେ ଲେଖିଥିଲ

ଡାକ ମୁନ୍ସି ,ସୁନା ବୋହୁ ,ରେବତୀ ଗଳ୍ପ ରଚିଲ ।


ତୁମ ଲେଖାରେ ଅନ୍ଧ ବିଶ୍ୱାସ କୁ କରିଥିଲ ଦୂର

ନାରୀ ଶିକ୍ଷା ନାରୀ ର ମହତ୍ୱ ତୁମେ କରିଲ ପ୍ରଚାର ।


ଓଡ଼ିଆ ସାହିତ୍ୟ ର ସେନା ପତି ହୋଇ ତୁମେ ରହିଥିବ

ତୁମରି ଆଶିସେ ଓଡ଼ିଆ ସାହିତ୍ୟ ଆଗକୁ ଯିବ ।


Rate this content
Log in

More oriya poem from Suresh chandra Padhy

Similar oriya poem from Inspirational