STORYMIRROR

Rajalaxmi Tripathy

Romance

3  

Rajalaxmi Tripathy

Romance

ବ୍ୟାପ୍ତି

ବ୍ୟାପ୍ତି

1 min
14.5K


ତୁମ ଦୁଇ ଆଖି ପତାତଳେ

ବୁଣିଦେବି ବୀଜ ପ୍ରୀତି ରଙ୍ଗଣୀର

ପ୍ରସ୍ଫୁଟିତ ହୋଇ ତାହା

ସ୍ମରଣ କରାଉଥିବ ତୁମ ସୌନ୍ଦର୍ଯ୍ୟକୁ

ତୁମର ପ୍ରତିଟି କ୍ରନ୍ଦନ ସମୟରେ।

ଭାବନାର ସେ ବିଶାଳ ନାଟ ମଣ୍ଡପରେ

ବିଚରଣ କରୁକରୁ ମୁଁ

ଅଦୃଶ୍ୟ ପକ୍ଷୀଟିଏ ହୋଇ

ଲୁଚାଇ ରଖିବି ତୁମକୁ ମୋ ପକ୍ଷରାଜି ତଳେ।

ବ୍ୟାପିଯିବି ଚତୁର୍ଦ୍ଦିଗେ ,

ସୁପ୍ତ ପ୍ରେମ ବ୍ୟକ୍ତକରି

ବିଚ୍ଛୁରିତ ହୋଇଯିବି

ଏକ ଅଭିନ୍ନ ଚେତନାର

ବିଭୋରତା ସହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance