STORYMIRROR

Satyabati Swain

Abstract

2  

Satyabati Swain

Abstract

ବ୍ୟାକୁଳତା

ବ୍ୟାକୁଳତା

1 min
141

ମା ମୋର

ଦୁନିଆଁ କୁହେ

ମା ଝିଅର ବନ୍ଧୁତା

ବିସ୍ତୃତି ମାଟିରୁ ଆକାଶ

ଗଭୀରତା ସାତ ସମୁଦ୍ର 

ତେର ନଈ ଠାରୁ ବେଶୀ

ସୂର୍ଯ୍ୟ ସମ ସତ ଓ ଉଜ୍ଜ୍ୱଳ

ଜହ୍ନ ପରି ସଫା

ଗଙ୍ଗାଠୁ ପବିତ୍ର

ହିମାଳୟ ତା ଆଗେ ଛୋଟ

ଯାହା କେବଳ ଅନୁଭବୀ ହୁଏ

ନା ଲେଖି ହୁଏ ଶବ୍ଦରେ

ନା ବର୍ଣ୍ଣି ହୁଏ ଭାଷାରେ

ନା ଦେଖାଇ ହୁଏ କେଉଁ କାର୍ଯ୍ୟରେ

ସେ ବନ୍ଧନ ସମ୍ପର୍କର

ନିହାତି ନିରୁତା

ନିଃସର୍ତ୍ତ ନିର୍ମଳ

ନିଃଶବ୍ଦେ ଛୁଏଁ

ଅନୁଭବୀ ହୁଏ ଯାହା ହୃଦ


ମୁଁ ତୋତେ ଖୋଜେ ମା

ଆକାଶର ତାରାରେ

ନିତି ବାଉଳି ହୁଏ 

ମା.. ମା ସ୍ୱପ୍ନରେ

ମୁଁ ଝୁରେ

ତୋ ସ୍ନେହ ମମତା

ତୋ କୋଳ

ମିଠା ମିଠା ଡାକ

ମା ଲୋ 

ତୁ କେଉଁଠି ଅଛୁ

କେମିତି ଅଛୁ

ଭଲ ନା ମନ୍ଦ ରେ

ମା ଭାରି ଦେଖିବାକୁ ଇଚ୍ଛା

ତୋତେ

ଛୁଇଁବାକୁ,ପାଇବାକୁ ବ୍ୟାକୁଳତା

ଯୁଦ୍ଧ କରନ୍ତି ମୋ ଭିତରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract