STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ବୁଝିଯିବ ବୋଲି ଭାବୁଛି

ବୁଝିଯିବ ବୋଲି ଭାବୁଛି

1 min
15

ଯେତେ ବୁଝିବାକୁ ଚେଷ୍ଟା କଲେ ମଧ୍ୟ    

 କଥାଟିକୁ ବୁଝି ହେଉନି

ଚେଷ୍ଟା କରି କରି ମୁଣ୍ଡ ବୁଲେଇଲା 

    ତଥାପି ଉତ୍ତର ପାଉନି...


କାହିଁକି କେଜାଣି ଆଜିର ମଣିଷ

ଠାକୁର ଠାକୁର କୁହନ୍ତି

ଘରେ ରହିଛନ୍ତି ଚଳନ୍ତି ଠାକୁର

    ଏ କଥାକୁ ଭୁଲି ଯାଆନ୍ତି...


ସମସ୍ତେ ଏଠାରେ ମରିଯାଉଛନ୍ତି

ସମସ୍ତେ ଦେଖନ୍ତି ଜାଣନ୍ତି

ତଥାପି ମଣିଷ ଏ କଥାକୁ ଭୁଲି

     ନିଜକୁ ବଡ଼ ଭାବନ୍ତି...


ଯାହା ସଞ୍ଚିଥିବେ ଦିନେ ଛାଡିଯିବେ

ଏକଥା ଭଲରେ ଜାଣନ୍ତି

ତଥାପି ସମସ୍ତେ ମୋର ମୋର କହି

    ଦୁଃଖରେ ଜୀବନ କାଟନ୍ତି...


ଭଲ କେଉଁକଥା ଓ ମନ୍ଦ କେଉଁକଥା

ସମସ୍ତେ ଭଲରେ ଜାଣନ୍ତି

ଭଲ ସବୁକୁ ପଛରେ ପକେଇ

    ମନ୍ଦ ପଛରେ ଧଆଁନ୍ତି...


ମୁହିଁ ନିରଞ୍ଜନ କରେ ନିବେଦନ

ଅବୁଝା ମଣିଷଟିଏ

ଅବାନ୍ତର ପ୍ରଶ୍ନ ପଚାରି ଦେଲି ମୁଁ

    ଉତ୍ତର ଦେବ ବା କିଏ...


ସମସ୍ତଙ୍କ ଭଳି ମଣିଷଟିଏ ମୁଁ

ଉତ୍ତର ବି ସବୁ ଜାଣିଛି

କଥା ଛଳରେ କହିଦେଲି ବନ୍ଧୁ

    ବୁଝିଯିବ ବୋଲି ଭାବୁଛି...



Rate this content
Log in

Similar oriya poem from Inspirational