STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ବୁଝିପାରିଲେ ହେଲା

ବୁଝିପାରିଲେ ହେଲା

1 min
13.7K


ବୁଝି ପାରିଲେ ହେଲା,

ଝିଅ ପଛରେ ଯଦି ଗୋଡେଇବ

ଜୀବନଟା ନଷ୍ଟ ହେବ

କର୍ମ ପଛେ ଗୋଡେଇଲେ ବାବୁ

ଜୀବନଟା ସ୍ୱଚ୍ଛ ହେବ,,

କର୍ମ ଛାଡି ଧର୍ମ ପଛେ ଗୋଡେଇଲେ

ଦାରିଦ୍ରତା ଆସିଥାଏ

ଗରୁଙ୍କ ପଛରେ ଗୋଡେଇଲେ ବାବୁ

ସାନିଧ୍ୟତା ମିଳିଥାଏ ।।


ସତସଙ୍ଗେ ମିଶି ସତକର୍ମ କଲେ

ସଫଳତା ମିଳିଥାଏ

କୁ ସଙ୍ଗରେ ମିଶି ବାଟବଣା ହେଲେ

ବିଫଳତା ମିଳିଥାଏ,

ଖାଦ୍ୟଲୋଭେ ବେଶି ଖାଦ୍ୟକୁ ଖାଇଲେ

ନନା ରୋଗ ଆସିଥାଏ

ନିଶାଶକ୍ତ ହୋଇ ମଦ୍ୟ ପାନ କଲେ

ଶରୀରଟା ନଷ୍ଟ ହୁଏ ।।


ସମୟକୁ ଯଦି ନଷ୍ଟ କରିବୁ

ବିପଦ ଘନେଇ ଥାଏ

ଗୁରୁଜନଙ୍କୁ ସମ୍ମାନ ନଦେଲେ

ଅକାଳରେ ମୃତ୍ୟୁ ହୁଏ,

କୁକର୍ମ ପଛରେ ଗୋଡେଇଲେ ବାବୁ

ନିଶ୍ଚୟ ଶାସ୍ତି ପାଇବୁ

ସୁ କର୍ମ ପଛେ ଗୋଡେଇଲେ

ଅବଶ୍ୟ ଶାନ୍ତି ପାଇବୁ,

ଏଇକଥା ସବୁ ମୂଲ୍ୟବାନ ଅଟେ

ମନେ ରଖିଲେ ହେଲା,

ମନେ ରଖିଲେ କି ଲାଭ ବାବୁ

ବୁଝି ପାରିଲେ ହେଲା ।।


ନିରଞ୍ଜନ ସାହୁ


સામગ્રીને રેટ આપો
લોગિન

Similar oriya poem from Inspirational