STORYMIRROR

Satyabati Swain

Inspirational

3  

Satyabati Swain

Inspirational

ବୁଝିଲି

ବୁଝିଲି

1 min
258


ହଁ ବୁଝିଲି ଜୀବନ ଏମିତିରେ ମିତ

ନୂଆ ବର୍ଷ ରେ କିଛି ବଦଳିନି

କ୍ୟାଲେଣ୍ଡର ବ୍ୟତିତ

ମୁହଁ ଦେଖି ଭୋଳ ହେବୁ ନାହିଁ

ମୁଖା ପିନ୍ଧା ବିଚିତ୍ର ଚରିତ୍ରଙ୍କୁ

ହୁସିଆର ଥିବୁ ସତତ।


ସୁନା ହରିଣ ନୁହେଁ

ମାରିଚ ରାକ୍ଷସ

ଜୀବନର ଯେତେ ଶୋଷ ରେ ସଙ୍ଗାତ

ତୁ ଗାଆ ମନ ଫୁଲାଣିଆଁ ଗୀତ

ମୁଁ ଲାବୋଟେରୀ ରେ ମୂଷା ଉପରେ

ଭ୍ୟାକସିନ୍ ପରୀକ୍ଷାରେ ରତ।


ନୂଆ ବର୍ଷ ପ୍ରଥମ ପୃଷ୍ଠା ରେ

ଗାରେଇ ଦେ ଗୁଡାଏ

ଅସ୍ପଷ୍ଟ ରେଖା ଚିତ୍ର

ହୁଏତ ତୋ ଲୁହକୁ ପିଇ

ତୁ ହେଇ ପାରୁ ସନ୍ତୁଷ୍ଟ।


ସ୍ରଷ୍ଟା ହେବୁ!!

ହଉ ଲେଖେ ଗଦା ଗଦା

ଗପ, କବିତା ଓ ଗୀତ

ଅପେକ୍ଷା କରି ପାରିବୁ ତ

ଅନେକ ଡେରି ଅଛି

ସେ ସୂର୍ଯ୍ୟୋଦୟ ମୁହୂର୍ତ୍ତ!!


ହଉ ତୁ ଲେଖେ

ତୋ ଅଙ୍ଗେ ଲିଭା କଥା ବ୍ୟଥା

ମୁଁ ପଢିବି ନିଶ୍ଚିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational