STORYMIRROR

CHARUBALA PADHI

Classics

2  

CHARUBALA PADHI

Classics

କବିତାରେ ଲେଖିଦେ ତୋ ମନକଥା

କବିତାରେ ଲେଖିଦେ ତୋ ମନକଥା

1 min
194

ହଁ ମୁଁ ଲେଖିପାରେ ମନର ଭାବକୁ କବିତା ରୂପରେ

ଗାଇପାରେ ଗୀତଟିଏ ସୁମଧୁର ତାନରେ

ତ କଣ ହେଲା,

କିନ୍ତୁ ଇଚ୍ଛା କାଇଁ ହୁଏ ଶୁଣିବାକୁ ଆଜି 

ତୋ ଓଠରୁ ମୋପାଇଁ ଗୀତ ଧାରେ,

ବୁଝି ମୋର ନୀରବତା ବାନ୍ଧିଦେରେ ମନକୁ ମୋ 

ତୋ ପ୍ରୀତିର ଛନ୍ଦରେ..

ଭାବନାର ତୂଳୀ ଧରି,ଆଙ୍କିଦେ ମୋ ଛବି ଥରେ 

ତୋ କଳ୍ପନା ହୃଦରେ,

ପ୍ରତୀକ୍ଷାର ଅନ୍ତ କରି ଦେ ମୋତେ ଜୀବନ୍ୟାସ 

ତୋ ଲେଖନୀ ମୁନରେ..

ଅଭୀପ୍ସା ମୋ ମେଣ୍ଟିଯିବ ଅକୁହା ତୋ ଅନୁଭବ 

ଲେଖିଦେ ତୁ କବିତାରେ,

ଧୀରେ ଧୀରେ ବହୁଥିବ ପୁଣି ମଳୟ ସମୀର

ପ୍ରେମସ୍ପର୍ଶ ଲଭିବି ମୁଁ ତୋ ପ୍ରତିଟି ଶବ୍ଦରେ..

ନିରୋଳାରେ ସାରା ରାତି ପଢ଼ୁଥିବି ଏକା ବସି

କଇଁ ଲାଜ କରୁଥିବ,ହସୁଥିବ ନଭେ ଶଶୀ

ବାସ୍ତବତା ନହେଲେ ବି ଖୁସି ହେବି କଳ୍ପନାରେ

ଭିଜିଯିବି କିଛି କ୍ଷଣ ତୋ ପ୍ରେମର ରଙ୍ଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics