STORYMIRROR

Papu parida

Romance Tragedy

4  

Papu parida

Romance Tragedy

ବୁଝି ମୁଁ ପାରୁନି ପ୍ରେମ ପରିଭାଷା

ବୁଝି ମୁଁ ପାରୁନି ପ୍ରେମ ପରିଭାଷା

1 min
269


ବୁଝି ମୁଁ ପାରୁନି ପ୍ରେମ ପରିଭାଷା


ଆନନ୍ଦ ବି ଅଛି ବିରହ ବି ଅଛି

ସନ୍ତୋଷ ବି ଅଛି ସନ୍ଦେହ ବି ଅଛି।


କିଏ ବୁଝେଇବ ପ୍ରେମ କେଉଁ ପକ୍ଷୀ ନାମ

କେଉଁଠି ବାନ୍ଧିଛି ସେ ତା ବସା

ବୁଝି ମୁଁ ପାରୁନି ପ୍ରେମ ପରିଭାଷା।


ହସ ବି ଅଛି ଲୁହ ବି ଅଛି

ଖୁସି ବି ଅଛି କୋହ ବି ଅଛି


ଜାଣି ମୁଁ ପାରୁନି ପ୍ରେମର ସଂଜ୍ଞାକୁ

ତୁଚ୍ଛାରେ ହୁଏ ମୁଁ ଲୋକହସା

ବୁଝି ମୁଁ ପାରୁନି ପ୍ରେମ ପରିଭାଷା।


ସତ ବି ଅଛି ଛଳନା ବି ଅଛି

ମିଳନ ବି ଅଛି ବାହାନା ବି ଅଛି


ବୁଝି ହେଉନାହିଁ କିଭଳି ଗଣିତ 

କେମିତି କରିବି ସେ ଅଙ୍କକଷା

ବୁଝି ମୁଁ ପାରୁନି ପ୍ରେମ ପରିଭାଷା।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance