STORYMIRROR

Nibedita Mishra

Abstract

4  

Nibedita Mishra

Abstract

ବୁଝାମଣା

ବୁଝାମଣା

1 min
268


ଆଜିକାଲିର ବ୍ଯସ୍ତ ବହୁଳ ଜୀବନ ଭିତରେ 

ସୃଷ୍ଟି ହୁଏ ଅନେକ ଅବାଞ୍ଛିତ ସମସ୍ଯା ଅଜଣା।

ସହଜରେ ସେ ସବୁକୁ କାବୁ କରିହେବ ଯଦି

ଥିବ ସଭିଙ୍କ ଭିତରେ ଉତ୍ତମ ବୁଝାମଣା।

ଘର ପରିବାରରେ ଯଦି ବଡସାନ ଉଭୟେ

ନିର୍ବାହ କରନ୍ତି ନିଜନିଜର କର୍ତ୍ତବ୍ଯ ଓ ଦାୟିତ୍ବ।

ତେବେ ରହେ ପରିବାରରେ ହସଖୁସିର ଜୁଆର

ବଢେ ପ୍ରେମ ଓ ସମ୍ନାନ ବଜାୟ ରହେ ଏକତା।

ଯହିଁ ଶିକ୍ଷାର ଅଭାବ ମିିଳେ ନାହିଁ ତହିଁ ସଠିକ ମାର୍ଗ

ସେଠି ସବୁକିଛି ଓଲଟପାଲଟ ହେଇଯାଏ ବାଟବଣା।

ହେଲେ ଯହିଁ ଶିକ୍ଷା ବିରାଜେ ତହିଁ ମିଳେ ସବୁ ସମାଧାନ

ରହିଥାଏ ସମସ୍ଯା ଓ ସମାଧାନ ମଧ୍ଯରେ ଉତ୍ତମ ବୁଝାମଣା।

ସ୍ବାର୍ଥ ଲୋଭୀ ଦୁନିଆ ଆଜି ସବୁଠି ଅନ୍ଯାୟ ଅନୀତି ରାଜୁତି

ଟିକେ ଟିକେ କଥାରେ ହୁଏ ରକ୍ତପାତ ବହେ ରକ୍ତର ବନ୍ଯା ।

ପ୍ରେମ ପ୍ରତିଶୃତି ବିକ୍ରିହୁଏ ବଜାରରେ ସଂଦେହର ଜାଲେ ଛନ୍ଦା

ସଭିଏଁ ସଭିଙ୍କୁ ପଛକୁ ଟାଣନ୍ତି ଖାଣ୍ଟି ବନ୍ଧୁତ୍ବର ଦେଇ ବାହାନା।

କଥା କଥାକେ ବସେ ଆଜି ଅଦାଲତ ରାସ୍ତା ଘାଟେ ରାତିଦିନ

ସନ୍ଦେହୀ ମନୁଷ୍ଯ ଧୃତରାଷ୍ଟ୍ର ସାଜି କରେ ନିଜେ ନିଜର ପତନ।

ଈଶ୍ବର କରନ୍ତେ ସଭିଙ୍କ ମଧ୍ଯରେ ରହନ୍ତା ସଠିତ ତାଳ ମେଳ

ସଠିକ ବୁଝାମଣା ରହନ୍ତା ସବୁଠି ନ ହୁଅନ୍ତା କେବେ କିଛି ଗୋଳମାଳ।

ସବୁ ମୁହେଁ ହସର ଲହଡି ଭାଙ୍ଗନ୍ତା ସବୁ ହୃଦୟେ ପ୍ରେମବାସ୍ନା

ସବୁ ଘରେ ସୁଖଶାନ୍ତି ବିରାଜନ୍ତା ନ ରୁହନ୍ତା ଭୁଲ ବୁଝାମଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract