STORYMIRROR

DHARITRI SAHU

Inspirational

4  

DHARITRI SAHU

Inspirational

ବୁଝାମଣା, ସୂର୍ଯ୍ୟାସ୍ତର

ବୁଝାମଣା, ସୂର୍ଯ୍ୟାସ୍ତର

1 min
239


ଦିନ ସରିଗଲା ବେଳେ

ଏତେ ଚିନ୍ତା କାହିଁକି ?

ସୂର୍ଯ୍ୟାସ୍ତ କୁ ମନ ଭରି 

ଉପୋଭୋଗ କର ,

ଜୀବନରୁ ଯାହା ସାଉଁଟି

ବାଛି ଧୋଇ ପଖାଳି

ସୁଖା ସୁଖି କରି

ଦୁନିଆ ଅମାରରେ ସାଇତି ରଖିଛୁ

ସେତକ ଯଥେଷ୍ଟ

ସୂର୍ଯ୍ୟାସ୍ତ ପରର ଭୋଗ୍ୟ ପାଇଁ।

କାହା ପାଇଁ ଏତେ ଭାବନା ?

ମିଥ୍ୟା ମୋହ ମାୟାର

କୁହୁଡି ଆଉ କେତେ ଦିନ ପହଁରିବୁ ?

କେତେଦିନ ଆଉ

 ମୋର ମୋର କହି

ନିଜ ଆଖି ଲୁହରେ ଏ

ପୃଥିବୀକୁ ପ୍ଳାବିତ କରୁଥିବୁ ?

କେତେଦିନ ଆଶା ଭରସା କରୁଥିବୁ

ଭାସି ଯାଉଥିବା

 ତୃଣ ଭେଳା ଉପରେ ?

ଆଉ କଷ୍ଟ ପାଇଚାଲିଥିବୁ

ନିଜ ରକ୍ତ କଣିକା ଙ୍କ ପାଖରୁ

ନିଜ ରକ୍ତ ନଦୀ ନିଜେ

 ପହଁରି ପହଁରି ?

ଦେଖ ! ତୋ ତାଳି ପକା ଛପରଟା

ଦଲକାଏ ପବନରେ

ତାର ଅସ୍ତିତ୍ବ ହରାଇ

ଚତୁର୍ଦ୍ଦିଗ ରେ ଆଜି

 ବିକ୍ଷିପ୍ତ ଅବସ୍ଥାରେ,

ଆଉ-ତା ଭିତରୁ କାଠି, କୁଟା,

ଇଟା, ପଥର

ସାଉଁଟି ନେଇ ତୋରି ସତ୍ତାର 

ଅଣୁ ,ପରମାଣୁ ମାନେ

ତୋତେ ପଛ କରି

ତାଙ୍କ ନିଜର ସୌଧ ମାନ

ତିଆରି କରିବାରେ ଲାଗିପଡିଲେଣି।

ଏବେ ତ ବୁଝ ଏ ସୂର୍ଯ୍ୟାସ୍ତ ର

ପ୍ରକୃତ ସଂଜ୍ଞା କଣ ?

ଅନୁଭବ କର ସେ କହିଯାଉଥିବା

ଏକ ଜୀବନ ରହସ୍ୟର

ଅପ୍ରାକୃତ ଭାବ ଶୈଳୀ କୁ।

ଏବେ ବି ରାତ୍ରୀ ହେବାକୁ

ବହୁତ ଡେରି ଅଛି

ଏବେବି ନିସ୍ତବ୍ଧତା ରାଜୁତି କରିବାକୁ

ଅନେକ ବିଳମ୍ବ ଅଛି

ରେ ଆତ୍ମନ ତୁ ତୋ ନିଜକୁ

ଆବିଷ୍କାର କର ,

ବୁଝାମଣା କର ଜୀବନ ସାଥିରେ

ତୁ କିଏ ? କେଉଁଠୁ ଆସିଛୁ

କିଏ ତୋତେ ପଠାଇଛି ?

ତୁ ଆସିବାର ଆବଶ୍ୟକ କଣ ଥିଲା

ଏ ପୃଥିବୀ ପୃଷ୍ଠକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational