Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Narendra Prasad Behera

Inspirational

4  

Narendra Prasad Behera

Inspirational

ବୁଡିଯିବ ଏ ସମାଜ

ବୁଡିଯିବ ଏ ସମାଜ

1 min
31


ବୁଡିଯିବ ଏ ସମାଜ


ବିଦାୟ ନେଇଛି   ଏଧରା ଧାମରୁ

     ଗ୍ରୀଷ୍ମର ପ୍ରକୋପ ରାଶି

ବରଷା ଆସିଛି   ସଜବାଜ ହୋଇ

    ଆନନ୍ଦେ ଦେବ ବରଷି ।୧।


ନଦନଦୀ ନାଳ    ହେବ ଜଳମଗ୍ନ

    ଡାକିବ ବ୍ରାହ୍ମଣୀ ବେଙ୍ଗ

କୃଷିର କୃଷକ   କୃଷକର କୃଷି

    ଚାଷକ୍ଷେତ୍ରେ ହେବେ ସାଙ୍ଗ ।୨।


ମୌସୁମୀ ବର୍ଷାର   ନାହିଁ ଦରଶନ

      ଲଘୁଚାପ ଏକା ସାହା

କୃଷକ ବିଚରା    ହିଡମୁଣ୍ଡେ ବସି 

    ଖୋଜୁଅଛି କେତେ ରାହା ।୩।


ବର୍ଷା ଓ ବିଜୁଳି    ଘଡଘଡି ଶବ୍ଦେ

     ହୁଏନି କେବେ କାତର

ପରିଶ୍ରମ ତାର    ହୁଏନାହିଁ ଵ୍ଯର୍ଥ

    ସଭିଙ୍କୁ ଦିଏ ଆହାର ।୪।


ସଭିଙ୍କ ମୁହଁରେ   ଦେବାକୁ ଆହାର

     ପ୍ରାଣବଳି ମଧ୍ୟ ଦିଏ

ତଥାପି ସମାଜ  ବୁଝେନି ତା ଦୁଃଖ 

     ମନମାରି ବସିଥାଏ ।୫।


ଫସଲର ମୂଲ୍ୟ   ଦିଏନାହିଁ କେହି

     ମିଳେନାହିଁ ତ ଆଦର

କାହିଁକି କରିବି   କୃଷିକାର୍ଯ୍ୟ ଆଉ

    ଭାବଇ ନିତି ମନର ।୬।


ସାରବିଷ ପୁଣି    ଅଧିକ ଦରରେ

    ବଜାରେ ବିକ୍ରି ହେଲାଣି

ମୂଲିଆ ମଜୁରୀ    ନକହିବା ଭଲ

    ଚାଷ ବେଳ ଗଡିଲାଣି ।୭।


ସୁନାର ସଂସାର   ଗଢି ତୋଳିବାକୁ

    କରିଥାଏ କେତେ ଚିନ୍ତା

ଆଜି ଏ ସମାଜ  ଦେଉନି ସୁଯୋଗ

     ବଢଇ ଚାଷୀ ଦୁଶ୍ଚିନ୍ତା ।୮।


କୃଷିର ଉନ୍ନତି    ଦେଶର ଉନ୍ନତି

     ସରକାର ଦିଏ ଡାକ

ସରକାରୀ ବାବୁ   ଏସିରେ ବସନ୍ତି

     ଭାବନ୍ତି ମୂର୍ଖ କୃଷକ ।୯।


କୃଷିବିନା ଦେଶ    ଉନ୍ନତି ହେବନି 

    ଏକଥା ମନରେ ହେଜ

ଅବହେଳା କେବେ   କରନି କୃଷିକୁ

      ବୁଡିଯିବ ଏ ସମାଜ ।୧୦।


ସୁସମ୍ମାନ ଦେବା  ସମାଜରେ ତାକୁ

     କୃଷକ ଯାହାର ବନ୍ଧୁ

ପରିଶ୍ରମ ତାର   ହୋଇବ ସାକାର

    ଲଙ୍ଘିବା ସପତ ସିନ୍ଧୁ ।।୧୧।।



Rate this content
Log in

Similar oriya poem from Inspirational