ବୁଡଇ ପୂଣ୍ୟ ସବିତା
ବୁଡଇ ପୂଣ୍ୟ ସବିତା
ପରମ୍ପରା ବୋଲି କିଛିନାହିଁ ବନ୍ଧୁ ସମାଜ ଗଠନ ପାଇଁ
ଶୃଂଖଳିତ ଏକ ଜୀବନ ଶୈଳୀର ନୀତି ନିୟମକୁ ନେଇ
ବେଦ ପାଠକଲେ ବ୍ରହ୍ମା
ତାହା ଶୁଣି ମୁନି ମହର୍ଷି ରଚନା ବେଦ ରୂପେ ଯାଏ ଚିହ୍ନା ।।
ଜଗତ ରକ୍ଷକ ଦାୟୀତ୍ଵେ ବିଷ୍ଣୁ ବେଦେ ହୋଇଲା ବର୍ଣ୍ଣନା
ମହେଶ୍ଵର ସଂହାରକ ହେଲେ ଏଠି ଉତ୍ପତି କାରକ ବ୍ରହ୍ମା
ରକ୍ଷକ ଅର୍ଥରେ ପାଳେ
ମହା ବିଷ୍ଣୁ ସଙ୍ଗେ(ତେଣୁ)ଲକ୍ଷ୍ମୀ ସାମନ୍ତାଣୀ ରହିଛନ୍ତି କାଳେ କାଳେ ।।
ଉତ୍ପତି କାଳରେ ସଂସାରେ ଜଗତେ ଜୀବ ରକ୍ଷା ଅର୍ଥେ ବେଦ
ରିତି ନୀତି ଯେତେ ନୈତିକତା ଅର୍ଥେ ସମ୍ଵିଧାନ ଅନୁଛେଦ
ଉଭା ହୋଇ ସମାଜର
ସନ୍ତୁଳନ ରକ୍ଷା କରିଛି ଜଗତେ ଏ ମତ ନୁହେଁ ମୋହର ।।
ବେଦ ମତେ ସୃଷ୍ଟି ପ୍ରଗତି ନିମନ୍ତେ ଚର୍ତୁବର୍ଣ୍ଣେ ବିଭାଜନ
ହୋଇ ଏ ସମାଜେ ପାପିଷ୍ଠ ପୁଣ୍ୟାତ୍ମା ଆର୍ଯ୍ୟ ଅନାର୍ଯ୍ୟ ଙ୍କ ଜନ୍ମ
ତାପରେ ଲାଗିଛି ଗୋଳ
କେତେ ତ ଗଲେଣି ହେତୁବାଦୀ ଏଇ କଳିଯୁଗେ ହେଲେ ମେଳ ।।
ବେଦରୁ ବିଜ୍ଞାନ ଆଦୃତ ହୋଇଲା ବିଜ୍ଞାନର ଜନ୍ମ ବେଦୁ
ସନାତନି ବୁଝି ମାନି ଚଳିଥାନ୍ତି ସଂସାର ସାଗର ସେତୁ
ୟେ ବେଦ ଉପନିଷଦ
ହେୟ ମଣି ଆଜି ମହା କାର୍ତ୍ତିକରେ ମାଂସ ସହ ଥିଲା ମଦ ।।
ମଦ ମାଂସ ଅଟେ ଆସୁରିକ ଖାଦ୍ୟ କୁହନ୍ତି ମହାପୁରୁଷ
ମହାକାର୍ତ୍ତିକ ରେ ସୂର୍ଯ୍ୟ ପରାଗରେ ଖାଇଲ କୁକୁଡା ମାଂସ
କିଛି ଯାଏ ଆସେ ନାହିଁ
ଲାଗଇ ଏମିତି ତୁମେ ସବୁ କେତେ ବଞ୍ଚିଛ ଖାଇବା ପାଇଁ ।।
ସମାଜିକ ନୀତି ନୀୟମ କୁ ଭାଙ୍ଗି ବିଶୃଂଖଳା ସୃଷ୍ଟି କର
ସନାତନ ଧର୍ମି ହିନ୍ଦୁ ସମାଜକୁ କରିବାକୁ ଚୁରମାର
ବିଧର୍ମୀ ଏଜେଣ୍ଟ ସାଜି
ଅନ୍ଧ ବିଶ୍ଵାସ ୟେ କହି ବୁଲ ମ୍ଳେଛ ଭଦ୍ର ଖୋଳ ତଳେ ଆଜି ।।
ଖାଇ ଖାଇ ଗାଈ ଘୁଷୁରୀ କୁକୁଡା ସେ ବଂଶ ହେଲାଣି ଶେଷ
କ୍ଷୀର ପରିବର୍ତ୍ତେ ଜହର ମିଳୁଛି ଆଉବା ରହିଲା କିଶ
ଖାଇବ ଖାଇବ କହି
ବଂଚିଛ ସମାଜେ ତୁମେ ସବୁ କତେ କେବଳ ଖାଇବା ପାଇଁ ।।
ବଞ୍ଚିବା ପାଇଁ କି ସୁଷମ ଖାଦ୍ୟର ସାରଣୀ ଲେଖିଲେ “ପୂର୍ବ
ସୁରୀ” ଗଣ ଆମ ଉଲ୍ଲେଖ କରିଲେ ତାକୁ କରି ତୁମେ ଖର୍ବ
ସତେ କି ଆଦୃତ ହେବ
ସମୟ ତ ବଡ ବଳବାନ ବନ୍ଧୁ ସମଯ ନିଶ୍ଚେ କହିବ ।।
ସୂର୍ଯ୍ୟ ଆରାଧନା ବଳେ ଶାମ୍ଵ କୁଷ୍ଠ ରୋଗରୁ ହୋଇଲେ ମୁକ୍ତ
ତେଣୁ ସୂର୍ଯ୍ୟ ଉପାସନା ହୁଏ ବୋଲି ମାନଇଁ ସାରା ଜଗତ
କେତେ ବିଦ୍ୟା କେତେ ବୁଦ୍ଧି
ସକଳ ବିଜ୍ଞାନ ତୁମଠାରେ ସତେ ରହିଅଛି ହୋଇ ଖୁନ୍ଦି ।।
ଉପବାସ ବ୍ରତ କରି ବୋଧେ କେତେ ମରିଗଲେ ୟେ ଜଗତେ
ସେମିତି ବାଣ୍ଟିଲ ବଂଚାଇ ଦେଇଛ ଯେମିତି ସେହି ମୂହୁର୍ତ୍ତେ
ମ୍ଳେଛ ସଂହାରଣ ପାଇଁ
ଯୁଗେଯୁଗେ ପ୍ରଭୁ ଜନମ ନିଅନ୍ତି ପରା ଅବତାର ନେଇ ।।
ୟେ ଅରୁଚ ଅଭିନୟେ ୟେ ରାକ୍ଷସ ପ୍ରକୃତିକୁ “କରାୟତ
କରିଅଛି” କଳି କଳୁଷତା ଏଇ ସମାଜକୁ ନିୟନ୍ତ୍ରିତ
ରାକ୍ଷସ ପ୍ରଭାବ ଭଳି
ଲାଗିଲା ସେଦିନ ଅଭିନୟ ତୁମ ଧରମକୁ ଦେଇ ଦଳି ।।
ନିଜ ଧର୍ମ କର୍ମ ନୀତି ଜଳାଞ୍ଜଳି ଦେବାକୁ ଦେଲ ଆହ୍ଵାନ
ସେଦିନ ଯେମିତି କୁରୁସଭା ତଳେ କରିଥିଲା ଦୁର୍ଯ୍ୟୋଧନ
ପର ଧର୍ମ ଭୟାବହ
ପଥରୁ ବିଚ୍ୟୁତ ହୋଇଲେ ସମାଜ ହୋଇଯିବ ଦୁର୍ବିସହ ।।
ବିଜ୍ଞାନ ନାମରେ ଭାଣ୍ଡାମି ତୁମର ନହେବ କେବେ ଆଦୃତ
ଲାଗଇ ଯେମିତି ସମାଜେ ତୁମର ମସ୍ତିଷ୍କ ଅବା ବିକୃତ
ପ୍ରଳୟ କାଳର ସଂନ୍ଧ୍ୟା
ଉପଗତ ଦେଖି ବୁଡଇ ବହଳ ଅନ୍ଧାରେ ପୂଣ୍ୟ ସବିତା ।।
ବିଜ୍ଞାନ ବଳରେ ହରାଇବା ପାଇଁ ଧର୍ମକୁ ଆହ୍ଵାନ ଦେଇ
ଭଲକଲ ବନ୍ଧୁ ଜିତିବା ପାଇଁକି ପ୍ରୟାସ ହେଲାଣି ଜାରି
କେତେକ ବିଧର୍ମୀ ଆସି
ସନାତନ ଧର୍ମ ଲୋପ କରିବାକୁ ଚେଷ୍ଟା କରିଛନ୍ତି ଏଠି ।।
ତଥାପି ବଞ୍ଚିଛି ସନାତନ ଧର୍ମ ବଞ୍ଚିଛି ହିନ୍ଦୁ ସମାଜ
ଅନେକ ବିଧର୍ମୀ ଅନେକ ପାପିଷ୍ଠ କଳାପାହାଡର ତୁର୍ଯ୍ୟ
ବାଜିଛି ଏଇ ଧରା ତଳେ
ତଥାପି ବଞ୍ଚିଛି ସନାତନ ଧର୍ମ ବଞ୍ଚିଥିବ କାଳେକାଳେ ।।