Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4  

Jagannath Barik

Abstract

ବୁଦ୍ଧଂ ଶରଣମ ଗଛାମି

ବୁଦ୍ଧଂ ଶରଣମ ଗଛାମି

1 min
484



ନବମାବତାର ହେ ବୁଦ୍ଧଦେବ ଘେନ ପ୍ରଣତି

ଚଉବର୍ଗ ଦାତା ସରଳ ଶାନ୍ତ ସୌମ୍ୟ ମୂରତି |

ଶୁଦ୍ଧଚେତ୍ତା ଶୁଧୋଦନ ଯା ପିତା ଜନନୀ ମାୟା

ଅବିରତ ଥିଲ ବୈରାଗୀ ତେଜି ସଂସାର ମାୟା |

ବିଭାହେଲ ଯଶୋଧାରାଙ୍କୁ ବିଶ୍ୱସାର ସୁନ୍ଦରୀ

ବରବଧୂ ଗର୍ଭୁ ଜନ୍ମିଲା ପୁତ୍ର ରାହୁଲ ପରି |

ଭବନ ଭ୍ରମଣେ ଦର୍ଶନ କରୁ ଚତୁର ଦୃଶ୍ୟ

ବାଉଳି ହୋଇଣ ତେଜିଲ ଗୃହ ଲଭି ବିତୃଷ୍ଣ |

ରାଜ ସିଂହାସନ ବୈଭବ ଦାରା ପୁତ୍ର ବନ୍ଧନ

ବାନ୍ଧି ପାରିଲାନି ତୁମକୁ ଆହେ ଶାକ୍ୟ ନନ୍ଦନ |

ବୋଧି ଦ୍ରୁମ ତଳେ ବସିଲ ହୋଇ ତପେ ନିମଗ୍ନ

ଇପ୍ସିତ ଜ୍ଞାନକୁ ପ୍ରାପତ କଲ ସନ୍ଥ ସର୍ବଜ୍ଞ |

ଆର୍ଯ୍ୟ ଚତୁର୍ସତ୍ୟ ଅଷ୍ଟାଙ୍ଗ ମାର୍ଗ କଲ ପ୍ରଚାର

ଦେଶ ଦେଶାନ୍ତରେ ବଉଦ୍ଧ ଧର୍ମ ହେଲା ବିସ୍ତାର |

ସିଦ୍ଧାର୍ଥ ଗୌତମୁ ହୋଇଲ ବୁଦ୍ଧ ଯୁଗାବତାର

ବରଷି ଅହିଂସା ମନ୍ତର କଲ କ୍ଷିତି ନିସ୍ତାର |

ଯାଗେ ପଶୁବଧ କରୁଣ ଦୃଶ୍ୟ ଦହୁ ଅନ୍ତର

ଜଘନ୍ୟ ପ୍ରଥାର ଦୂରୀକରଣେ ହେଲ ତତ୍ପର |

ଅବତରି ତୁମେ ଧରାରେ ହରି ଦୁସ୍କୃତିରାଜି

ବଉଦ୍ଧ ଧର୍ମର ଦର୍ଶନେ ଦେଲ ଧରଣୀ ମାଜି |

ବୁଦ୍ଧଂ ଶରଣମ ଗଛାମି ସଂଘଂ ଶରଣମ ଗାମୀ 

ଲକ୍ଷ ଲକ୍ଷ ଶିଷ୍ୟ ଉତ୍ତାରି ଦେଲ ହେ ମୁକ୍ତିକାମୀ |

ବୁଦ୍ଧ ହେ ଏସିଆ ମହାଦେଶର ଆଲୋକ ହୋଇ

ଅତିନ୍ଦ୍ରିୟ ଜ୍ଞାନ ବିତରି ସର୍ବ ମାନସ ମୋହି |

ମହାଗ୍ରନ୍ଥ ତ୍ରିପିଟକକୁ ତୁମେ କଲ ରଚନ

କରପତ୍ର ଯୋଡ଼ି ଶ୍ରୀପାଦପଦ୍ମ କରୁ ବନ୍ଦନ |



Rate this content
Log in

Similar oriya poem from Abstract