ବୁଦ୍ଧିମାନ ଜାତି
ବୁଦ୍ଧିମାନ ଜାତି
ବଡ଼ ବୁଦ୍ଧିମାନ ମଣିଷ ଜାତି
କଳ କାରଖାନା ଗଢ଼ି ପକାଉଛିି ଦିନରାତି
ବିଜ୍ଞନ କଲାଣି ଭାରି ଉନ୍ନତି
ମାଳ ମାଳ ଗାଡ଼ିି ରାସ୍ତାରେ ଚାଲୁଛି,
କିିିଏ ସେ ଛାଡୁଛି ଗାଡ଼ିିର ପ୍ରୀତି ।
ଧାଡି ଧାଡି ଖାଲି କୋଠା ଅଟ୍ଟାଳିକା
ତା' ସାଙ୍ଗକୁ ପୁଣି ବିଜୁଳି ବତି
ଦିନକୁ ଦିନ ବଢି ଯାଉଅଛି
ବାୟୁମଣ୍ଡଳର ତାତି ।
ପ୍ରଦୂଷଣ କଥା ମନକୁ ଆସିଲେ
ଥରି ଉଠୁଅଛି ସଭିଁଙ୍କ ଛାତି ।
ଧିରେ ଧିରେ ସବୁ କେତେ ଜୀବଜନ୍ତୁ
ଲୋପ ପାଇ ଯାଉଛନ୍ତି
ଈଶ୍ୱର ଜାଣନ୍ତି କେମିତି ବଞ୍ଚିବ
ଏଇ ମଣିଷ ଜାତି ।