ହେ ଜଗତର ନାଥ
ହେ ଜଗତର ନାଥ
1 min
4.4K
ଜୟ ଜୟ ଜଗନ୍ନାଥ ହେ ଜଗତର ନାଥ
କାହାକୁ ଦିଅ ସୌଭାଗ୍ୟ କିଏ ସେ ଅନାଥ ॥
ସାରା ବିଶ୍ଵ ବ୍ରହ୍ମାଣ୍ଡକୁ କର ଆତ ଜାତ
କିଏ ସେ ଜାଣିବ ଅବା ତୁମ ଆଦି ଅନ୍ତ ॥
ବଡ ଦେଉଳେ ବସିଛ କରି ମଉନ ବ୍ରତ
ହେଲେ ରହିପାର ନାହିଁ ଡ଼ାକି ଦେଲେ ଭକ୍ତ॥
ଏ ସଂସାରେ ପ୍ରଭୁ ତୁମେ ଏକା ଦୟାବନ୍ତ
ଏ ଦୁନିଆ ଚାଲେ ପ୍ରଭୁ ତୁମ ଇଚ୍ଛା ମତ ॥
ସବୁ ଏଠି ମିଛ ପ୍ରଭୁ,ତୁମେ ଏକା ସତ୍ୟ
ଭକ୍ତ ପାଇଁ ଟେକି ଦେଇ ଅଛ ଦୁଇ ହସ୍ତ ॥
ତୁମ ପାଦ ତଳେ ପ୍ରଭୁ କୋଟି ପ୍ରଣିପାତ
କୃପା ଦୃଷ୍ଟି ରଖିଥିବ ଆହେ ଗୋପୀନାଥ ॥
@ସୌଦାମିନୀ ପଟ୍ଟନାୟକ
ପାହାଳ, ଭୁବନେଶ୍ଵର