ଧନ ମୋର
ଧନ ମୋର
1 min
6.8K
ଯେଉଁ ଦିନ ଧନ ମୋର ଭୂମିଷ୍ଠ ହୋଇଲା
ଘରେ ସବୁ ସୁଖ ଶାନ୍ତି ଫେରି ତ ଆସିଲା ॥
ତାକୁ ଯେବେ ଧରି ଆଣି କୋଳରେ ଧରିଲି
ସତେ ଅବା ଶରଦ ଶଶୀ ହାତରେ ପାଇଲି ॥
ମୁରୁକି ମୁରୁକି ହସି ଯେବେ ସେ ଚାହିଁଲା
ମୋ ମନରେ ଅବା କିଏ ଫୁଲ ବୁଣି ଦେଲା ॥
ଦରୋଟି ଭାଷାରେ ଯେବେ କଥା ସେ କହିଲା
ସତେ ଅବା ମୋତେ ଗୋଟେ ସାଥି ମିଳିଗଲା ॥
କେତେ ଭାବି ଭାବି ନାମ “କ୍ରୀଷ୍ଣା” ମୁଁ ରଖିଲି
ଡାକି ଡାକି ସେହି ନାମ ତରିଯିବି ବୋଲି ॥
ପ୍ରଭୁ ଜଗନ୍ନାଥ ପାଦେ ଏତିକି ଜଣାଣ
କୃପା ଦୃଷ୍ଟି ରଖିଥିବ ଆହେ ନାରାୟଣ ॥
ତାର ଚଲା ପଥ ପ୍ରଭୁ କୁସୁମିତ ହେଉ
ଏତିକି ପ୍ରାର୍ଥନା ମୋର ରଖ ମହାବାହୁ ॥
@ସୌଦାମିନୀ ପଟ୍ଟନାୟକ
ପାହାଳ