ମା' ବୀଣାପାଣି
ମା' ବୀଣାପାଣି
1 min
4.0K
କବିତା ଲେଖିବା ପାଇଁ ମନ ବଳୁଅଛି
ବୟସ ମୋର ତିନି କୋଡି ହେବାପାଇଁ ଛ' ବରଷ ବାକି ଅଛି ॥
ମା’ ସରସ୍ଵତୀ ମା’ ବୀଣାପାଣି ଯଦି ତୁମ ଦୟା ଥିବ
ତୁମେ କୃପା କଲେ ବୟସ ମୋ ହାରିଯିବ ॥
କାଳିଦାସ ଦିନେ ମହା ମୂର୍ଖ ଥିଲେ
ତୁମ ଦୟା ବଳେ ହେଲେ ସେ ମହାପଣ୍ଡିତ ॥
ସବୁଦିନ ପାଇଁ ତୁମ ପାଦେ ମା ହେଲି ମୁଁ ଆଶ୍ରିତ
ତୁମ କରୁଣାରୁ ଲେଖିବି ମୁଁ କିଞ୍ଚିତ ॥
ଏତିକି ମାଗୁଣି ତୁମ ପାଶେ ମାଆ, ମୋ କଣ୍ଠରେ ରହିଥିବୁ
ଭକତି ଡୋରରେ ବାନ୍ଧି ମୁଁ ରଖିବି , ମୋ ପାଖରୁ ଦୂରେଇ ନଯିବୁ ॥
@ ସୌଦାମିନୀ ପଟ୍ଟନାୟକ
ପାହାଳ,ଭୁବନେଶ୍ବର