ପତିତପାବନ
ପତିତପାବନ
1 min
7.2K
ଆହେ ପ୍ରଭୁ ଦିନବନ୍ଧୁ ଶଙ୍ଖଚକ୍ର ଧାରି
ତୁମ ଶ୍ରୀଚରଣେ ପ୍ରଭୁ କରୁଛି ଗୁହାରୀ ॥
ମୁଁ ମହା ପାତକି ତୁମେ ପତିତପାବନ
ତୁମ କ୍ଷମା ଗୁଣେ କର ମୋ ପାପମୋଚନ ॥
ସାହିପାରୁ ନାହିଁ ପ୍ରଭୁ ସଂସାରର ଭାର
ଶରଣ ପଶିଲି ପ୍ରଭୁ କରୁଣା ସାଗର ॥
ମୁଁ ଜଣେ ଅନାଥ ତୁମେ ଅନାଥର ନାଥ
ମୋହଠାରେ ଦୟା କର ଆହେ ଜଗନ୍ନାଥ ॥
ମୁହିଁ ଅଟେ ମହାଦୁଃଖି ତୁମେ ଦୁଃଖହାରି
ଦୁଃଖ ମୋର ଦୂର କର ଗୋଲକ ବିହାରୀ ॥
ସୌଦାମିନୀ ପଟ୍ଟନାୟକ
ପାହାଳ