ଯିବା ଶ୍ରୀମନ୍ଦିର
ଯିବା ଶ୍ରୀମନ୍ଦିର
ଚାଲ ଚାଲ ଲୋ ସଖୀ
ଚାଲ ଯିବା ଶୀରୀମନ୍ଦିର,
ରତନ ବେଦିରେ କାଳିଆ ସାଆନ୍ତ
ଦିଶୁଥିବେ ଭାରି ସୁନ୍ଦର ॥
ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା
ଥିବେ ପୁଣି ତାଙ୍କ ସଙ୍ଗର,
ଯେତେ ପାପ ତାପ ଦୂରହୋଇଯିବ
ଦରଶନ ମାତ୍ରେ ତାଙ୍କର ॥
ଲକ୍ଷ୍ମୀ ମନ୍ଦିରରେ ଘଢିଏ ବସିବା
ତା ଟଙ୍କ ତୋରାଣୀ ମୁନ୍ଦିଏ ପିଇବା,
ଆନନ୍ଦ ବଜାରେ ଅଭଡା ଖାଇବା
ଭୋକ ଶୋଷ ହେବ ଦୂର ॥
ତା ମହୋଦଧିରେ ବୁଡ ପକାଇବା
ତା ଶରଧାବାଲି ମୁଣ୍ଡରେ ମାରିବା,
ସବୁ ଦୁଃଖ ଯିବ ତୋର
ଚାଲ ଚାଲ ଲୋ ସଖୀ..... ॥
@ସୌଦାମିନୀ ପଟ୍ଟନାୟକ
ପାହାଳ
ଭୁବନେଶ୍ଵର