ତୁମେ ଏକା ସତ୍ୟ
ତୁମେ ଏକା ସତ୍ୟ
1 min
218
ଜୟ ଜୟ ଜଗନ୍ନାଥ ହେ ଜଗତର ନାଥ
କାହାକୁ ଦିଅ ସୌଭାଗ୍ୟ କିଏ ସେ ଅନାଥ ।
ସାରା ବିଶ୍ଵ ବ୍ରହ୍ମାଣ୍ଡକୁ କର ଆତ ଜାତ
କିଏ ସେ ଜାଣିବ ଅବା ତୁମ ଆଦି ଅନ୍ତ ।
ବଡ ଦେଉଳେ ବସିଛ କରି ମୌନବ୍ରତ
ହେଲେ ରହିପାର ନାହିଁ ଡାକିଦେଲେ ଭକ୍ତ ।
ଏ ସଂସାରେ ପ୍ରଭୁ ତୁମେ ଏକା ଦୟାବନ୍ତ
ଏ ଦୁନିଆ ଚାଲେ ପ୍ରଭୁ ତୁମ ଇଚ୍ଛା ମତ ।
ସବୁ ଏଠି ମିଛ ପ୍ରଭୁ ତୁମେ ଏକା ସତ୍ୟ
ଭକ୍ତ ପାଇଁ ଟେକି ଦେଇ ଅଛ ଦୁଇ ହସ୍ତ ।
ତୁମ ପାଦ ତଳେ ପ୍ରଭୁ କୋଟି ପ୍ରଣିପାତ
କୃପା ଦୃଷ୍ଟି ରଖିଥିବ ଆହେ ଗୋପୀନାଥ ।