କଳା ମୁରୁଜ
କଳା ମୁରୁଜ
କାଳିଆରେ ତତେ ମୁହିଁ ଭାରି ଭଲପାଏ
ମୁହିଁ ଭାରି ଭଲପାଏ ।
ତୋ କଳା ରୂପକୁ ନିତି ମନ ଝୁରୁଥାଏ
ନିତି ମନ ଝୁରୁଥାଏ ।
କାଳିଆରେ ତତେ ମୁହିଁ ଭାରି ଭଲପାଏ...
ଚଉରା ମୂଳରେ ଯାଇ ମୁହିଁ ମୁରୁଜ ପକାଏ
ମୁହିଁ ମୁରୁଜ ପକାଏ ।
କଳା ମୁରୁଜରେ ତୋର ଦେହକୁ ସଜାଏ
ତୋର ଦେହକୁ ସଜାଏ ।
କାଳିଆରେ ତତେ ମୁହିଁ ଭାରି ଭଲପାଏ...
ରଙ୍
ଗ ଅଧରରେ ତୋର ନାଲି ରଙ୍ଗ ଦିଏ
ମୁହିଁ ନାଲି ରଙ୍ଗ ଦିଏ ।
ଭାଇ ଭଉଣୀଙ୍କୁ ମୁଁ ତୋର ପାଶେ ରଖିଥାଏ
ମୁଁ ତୋର ପାଶେ ରଖିଥାଏ ।
କାଳିଆରେ ତତେ ମୁହିଁ ଭାରି ଭଲପାଏ...
ତୁଳସୀ ମଥାରେ ଦେଇ ତୋତେ ସଜ କରୁଥାଏ
ତୋତେ ସଜ କରୁଥାଏ ।
ଫୁଲ ଚନ୍ଦନରେ ତୋତେ ପୂଜା କରୁଥାଏ
ତୋତେ ପୂଜା କରୁଥାଏ ।
କାଳିଆରେ ତତେ ମୁହିଁ ଭାରି ଭଲପାଏ...