STORYMIRROR

Saudamini Pattanaik

Others

3  

Saudamini Pattanaik

Others

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
82

ଜୟ ଜୟ ଶ୍ରୀ ଗଣେଶ ପ୍ରଭୂ ଗଜାନନ

ବିଘ୍ନ ବିନାଶନ ଆହେ ଗିରିଜା ନନ୍ଦନ ।।

ପିତା ତୁମ ମହାଦେବ ମାତା ତୁମ ପାର୍ବତୀ

ମଥା ପାତି ତୁମ ପାଦେ କରୁଛି ପ୍ରଣତି ।।

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ

ତୁମ ପୂଜା କରିଥାନ୍ତି ସଭିଏଁ ସଂସାରେ ।।

ତୁମେ ପରା ସିଦ୍ଧି ବୃଦ୍ଧି ପ୍ରଭୂ ବିନାୟକ

ତୁମ ପାଶେ ରହିଥାନ୍ତି ବାହାନ ମୂଷିକ ।।

ପିତାମାତା ଆଦେଶରେ ଭାଇ କାର୍ତ୍ତିକେୟ

ପୃଥିବୀ ଭ୍ରମଣ କଲେ ହୋଇଣ ନିର୍ଭୟ ।।

ପିତାମାତା ଚତୁର୍ପାଶ୍ୱେ ଗଲ ତୁମେ ବୁଲି

ସଂସାରକୁ ଶିକ୍ଷା ଦେଲ ପୃଥିବୀ ଠୁ

ପିତାମାତା ବଡ଼ ବୋଲି ।।

ସବୁ ଦେବଦେବୀ ଆଗେ ତୁମେ ପୂଜା ପାଅ

ଲଡୁ ପେଡା ଖାଇବାକୁ ତୁମେ ଭଲ ପାଅ ।।

ଫୁଲ ଆଉ ଚନ୍ଦନରେ ଧୂପ ଦୀପ ଦେଇ

ବନ୍ଦନା କରୁଛି ପ୍ରଭୂ ଆଳତୀ ସଜେଇ ।।

ବିଦ୍ୟା ବୁଦ୍ଧି ଦାତା ତୁମେ ପ୍ରଭୂ ଲମ୍ବୋଦର 

ଏତିକି ପ୍ରାର୍ଥନା ମୁହିଁ କରେ ବାର ବାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍