ନାନା ବାୟା ଗୀତ
ନାନା ବାୟା ଗୀତ
1 min
483
ରାଜା ଯାଇଥିଲେ ପାରିଧି କରି
ଦେଖିଲେ ଆକାଶେ ଉଡୁଛି ପରୀ
ପରୀ ତ ପରୀ ସେ ଭାରି ସୁନ୍ଦରୀ
ରାଜା ତାକୁ ଦେଲେ ଆଖିରେ ଠାରି ॥
ପରୀ ତ ଆସିଲା ତଳକୁ ଖସି
ରାଜାଙ୍କର ମନ ବହୁତ ଖୁସି
ରାଜା ପରୀ ଗଲେ ରଥରେ ବସି
ଦେଖୁଥିଲେ ତାଙ୍କୁ ନଗର ବାସୀ ॥
ପରୀ ହୋଇଗଲା ରାଜ୍ୟର ରାଣୀ
ମୁଣ୍ଡେ ପକାଇଲା ପାଟ ଓଢଣି
କେତେ ସୁଆଦିଆ ଖାଇବା ଆଣି
ରାଜା ଦେଲେ ରାଣୀ ମନକୁ ଜାଣି ॥
କଇଁଚି କାକୁଡି ଲଲିତା ପିତା
ରାଜାଙ୍କର ହେଲା ଦୁଇ ଦୁହିତା
ଜଣେ ଗୀତା ଆଉ ଜଣିଏଁ ସୀତା
ଦୁଇଜଣ ହେଲେ ଜଗତ ଜିତା ॥
ରାଜା ରାଣୀ ଗପ ସରିଗଲାଣି
ଅଝଟିଆ ଧନ ଶୋଇଗଲାଣି
କାଲିକି କାନ୍ଦିଲେ ମୋ ଧନମଣି
ନୂଆ ଗପଟିଏ କହିବି ପୁଣି ॥