STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ବୁଦ୍ଧିଜୀବି ହୁଅ ସାବଧାନ

ବୁଦ୍ଧିଜୀବି ହୁଅ ସାବଧାନ

1 min
160


ବୁଦ୍ଧିଜୀବି ଏବେ ହୁଅ ସାବଧାନ

ଜୀବନର ମାନେ ନୁହେଁ 

ଖାଲି ଧନ ଉପାର୍ଜନ

ହୋଇପାରେ ଏହା ବଞ୍ଚିବା ମାଧ୍ୟମ

ନୁହେଁ ଏହା ଶାନ୍ତି, ମୈତ୍ରୀ ଓ 

ମୁକ୍ତିର ମାଧ୍ୟମ ।


ସ୍ନେହ, ମମତା ଭଲ ପାଇବାକୁ

ଲୋଡା ହୁଏ ନାହିଁ ଧନ

ସ୍ଵାର୍ଥ, ଅର୍ଥ ଓ ଧନର ମାଧ୍ୟମେ

କ୍ରୟ କରା ନ ଯାଇପାରେ

ହୃଦୟ ଓ ମନ ।


ତ୍ୟାଗ, ସେବା ପାଇଁ

ଧନ ହୁଏ ନାହିଁ ପ୍ରୟୋଜନ

ଧନ ବଳେ କେହି

କିଣି ନ ପାରେ ମାନ ସମ୍ମାନ 

ହେ ବୁଦ୍ଧିଜୀବି ଆଗାମୀ ପିଢ଼ିଙ୍କୁ

ଦିଅ ବାରେ ଏହି ଜ୍ଞାନ ।


ଶିକ୍ଷା, ଶିକ୍ଷାୟତନକୁ

ନ କର ବ୍ୟବସାୟୀ କରଣ

ସ୍ବାସ୍ଥ୍ୟ ସେବାକୁ ଅର୍ଥ ବଳରେ

ନ କର ପ୍ରଦୂଷଣ

ହେ ମୋର ବିଜ୍ଞ ଜନ

ଶିକ୍ଷା, ସଂସ୍କୃତି, ସଭ୍ୟତାରେ

ଦିଅ ତିଳେ ଧ୍ୟାନ

ସଭିଏଁ ରଖ ତ୍ୟାଗ ଓ ସେବାରେ ଧ୍ୟାନ

ଧନ ହୋଇପାରେ ବଞ୍ଚିବା ମାଧ୍ୟମ

ନୁହେଁ ସେ ସର୍ବକ୍ଷେତ୍ରେ ଜୀବନର ମାନ ।


ଧନ ପାଇଁ ଦ୍ଵନ୍ଦ୍ଵ ଯୁଦ୍ଧ ନୁହେଁ ପ୍ରୟୋଜନ

ମାନବ ସଭ୍ୟତାକୁ ଧ୍ଵଂସ କରି

ମାନବିକତାକୁ ପୋଡି ଜାଳି

ଦେଶ ଦେଶ ମଧ୍ୟେ ଯୁଦ୍ଧ ଲଢି

ଶାନ୍ତି ପାଇବେ ଆମ ଜନ

ହେଜ ବାରେ ହେଜ ବାରେ

ହେ ମୋର ସୁଧୀ ଜନ

ବେଳ ଥାଉଁ ଥାଉଁ ବିଶ୍ଵ ଶାନ୍ତିରେ

ଦିଅ ସମ୍ୟକ ଧ୍ୟାନ

ହେ ମୋର ପ୍ରିୟ ବୁଦ୍ଧିଜୀବି

ଏବେ ହୁଅ ସାବଧାନ ।


ସ୍ନେହ, ଶ୍ରଦ୍ଧା, ପ୍ରେମେ

ଗଢି ତୋଳିବା ଆସ

ଶାନ୍ତି ମାର୍ଗେ ଆମ ବିଶ୍ଵ

ସଭିଙ୍କ ମୁଖେ ଫୁଟାଇ ହସ

ଯୁଦ୍ଧାସ୍ତ୍ର, ଅଣୁ, ପରମାଣୁକୁ

କରି ନିଃଶେଷ

ଗଢିବା ଆସ ସବୁଜ ସୁନ୍ଦର

କରି ଆମରି ବିଶ୍ଵ

ଶାନ୍ତି ମୈତ୍ରୀ ପାଇଁ

ଲୋଡା ନୁହେଁ ଧନ

ଲୋଡା ଖାଲି ଶୁଦ୍ଧ 

ହୃଦୟ ଓ ମନ

ବୁଦ୍ଧିଜୀବି ହୁଅ ଏବେ ସାବଧାନ

ବିଶ୍ଵ ବିସୀଙ୍କୁ ଦେଇ ଆହ୍ଵାନ

ଆଗାମୀ ବଂଶଧରଙ୍କୁ ଦିଅ ଏହି ଜ୍ଞାନ

ବିଶ୍ଵ ଯୁଦ୍ଧକୁ ଏଡାଇ

ଧନ ଉପାର୍ଜନ ପାଇଁ

ଲଢେଇକୁ କର ହୀନ

ବୁଦ୍ଧିଜୀବି ଏବେ ହୁଅ ସାବଧାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract