ବୁଢୀ ଆଈ ଆମ ପଢୁଛି ପାଠ
ବୁଢୀ ଆଈ ଆମ ପଢୁଛି ପାଠ
ବୁଢୀ ଆଈ ଆମ ପଢୁଛି ପାଠ,
ସାକ୍ଷର ହେବାକୁ କରିଛି ହଠ।
ନିଜ ହାତେ ଏବେ କରି ସ୍ୱାକ୍ଷର,
ଜଣାଇ ଦେବ ନୁହେଁ ନିରକ୍ଷର ।
ସୁନ୍ଦର କରି ସେ ଲେଖେ ଅକ୍ଷର,
ଦେଶ ବିଦେଶର ପଢେ ଖବର।
<p>ପୁରାଣ ବହିକୁ ନିଜେ ପଢଇ,
ନାତି ନାତୁଣୀଙ୍କୁ ଦିଏ ବୁଝାଇ।
ଅନ୍ଧବିଶ୍ୱାସ ଯା' ମନରେ ଥିଲା,
ପାଠ ଯୋଗୁଁ ସବୁ ଦୂରେଇ ଗଲା।
ପ୍ରୌଢ ଶିକ୍ଷା ଆମ ଦେଶରେ ଚାଲେ,
ବୁଢାବୁଢୀ ପଢି ସାକ୍ଷର ହେଲେ ।