STORYMIRROR

Chikun Panda

Abstract Tragedy Action

3  

Chikun Panda

Abstract Tragedy Action

ବୁଢ଼ା ବର

ବୁଢ଼ା ବର

1 min
248

ହିନୀ କପାଳୀ ଗରିବ ଝିଅ                

ଯୌତୁକ ସାଜିଲା ତା ପାଇଁ କାଳ,

ବିବାହ ବୟସ ହେଲା ଉପନୀତ             

ଖୋଜା ପଡ଼େ ତା ପାଇଁ ବୁଢ଼ା ବର,

ଆଜି ଆସିବ ତା ବୁଢ଼ା ବର

ଆଖିରେ ପଡୁନି ପଲକ                   

କନିଆ ଦେଖି କରିବ ମୂଲ ଚାଲ ।

ଧୋତି ଗାମୁଛା କରି ପରିଧାନ                 

ଆସି ପହଁଚିଲା ବୁଢ଼ା ବର,

କଥାରେ ତାର ବାଟୁଳି ବାଜୁନି                 

କଳରେ ଜାକିଛି ପାନ ଖିଲି ।

ଚୁଟି ଯାଇଛି ଅଧା ପାଚି                     

ମୁହଁଟା ଦିଶେ ପାତି ମାଙ୍କଡ଼ ପରି ।

ଆଖିରେ ମୋଟା ଚଷମା                    

ମୁହଁ ଟା ଦିଶେ ପୁରା ଅସୁର,

ଏ ବୟସେ ବୁଢ଼ା ବାହା ହେବା ପାଇଁ ଛନ ଛନ 

ସତେ ଏବେ ଏବେ ହେଇଛି ନ- ଜୱାନ୍ ,

ବୁଢ଼ା ବରକୁ ଦେଖି କନିଆ ହୁଏ ଛାନିଆ  

ବୁଢ଼ାକୁ ଦେଖି ମାରେ ଲମ୍ବା ଡିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract