ବୁଢ଼ା ବାପ
ବୁଢ଼ା ବାପ
କିପରି ସମାଜ କିପରି ସନ୍ତାନ
କିପରି ଟି ଧର୍ମ ନୀତି,
ନାହିଁ ସେବାଭାବ ନାହିଁ ଭକ୍ତିପ୍ରୀତି
ନାହିଁ କର୍ତ୍ତବ୍ୟର ନୀତି।
ହୁଏ ଦେଖିଦେଖି ହୃଦୟ ଦୁଃଖିତ
ମନୁଷ୍ୟର ମନବୃତି,
ଭୁଲି ଯାଏସବୁ ଅତୀତର କଥା
ନାହିଁ ବୁଢ଼ାବୁଢ଼ୀ ପ୍ରୀତି।
ପାଳୁଅଛୁ ଭାଇ ସନ୍ତାନେ ଯେପରି
ପାଳୁଥିଲେ ବୁଢ଼ା ବୁଢ଼ୀ,
କେତେ ଶ୍ରଦ୍ଧା ସ୍ନେହ କରୁଥିଲେ ତୋତେ
କହୁଅଛୁ ବୁଢ଼ା ବୁଢ଼ୀ।
ଆଦର ନକରି ତିରସ୍କାର କିମ୍ପା?
ନୁହେଁ ମନୁଷ୍ୟର ଧର୍ମ,
ବାଲ୍ୟ ଗୁରୁ ପରା ପିତୃମାତୃ ତୋର
କରୁ କିମ୍ପା ହୀନ କର୍ମ?
ବିଚାର କରହେ ଦୁର୍ଲ୍ଲଭ ମାନବ
ହେବ କିଅବସ୍ଥା କାଲି,
ବୁଢ଼ା ବୁଢ଼ୀ ହେବ ଆସୁଛି ସେ ଦିନ
ବୁଝରେ ଅବସ୍ଥା କାଲି।
ଜୀବନେ କର୍ତ୍ତବ୍ୟ ପିତୃମାତୃ ସେବା
ଠାକୁର ପୂଜାରୁ ବଡ଼,
ନକରିଣ ସେବା ହତାଦର କରୁ
ପାପ କରୁଅଛୁ ବଡ଼।
ନରହିବୁ ଖୁସି ଆସିବ ସମସ୍ୟା
ହେବୁରେ ତୁ କଲବଲ,
ନମିଳିବ ଶାନ୍ତି ନଥିବ ଆନନ୍ଦ
ସବୁତ ଜଗାଙ୍କ ଖେଳ।
ପିତା ମାତାଙ୍କୁରେ କହୁ ବୁଢ଼ା ବୁଢ଼ୀ
ଲଜ୍ୟାକିମ୍ପା ତୋତେ ଲାଗେ?
ପାଳୁ ତୁ ସନ୍ତାନ ଯେପରି ସ୍ନେହରେ
ପାଳିଥିଲା ଦିନେତୋତେ।
କିମ୍ପା ହତାଦର? କରୁ ପିତୃମାତୃ
ଜ୍ଞାନଶୁନ୍ୟ ହେଲୁ କିମ୍ପା?
କରିବରେ ପୁତ୍ର ସେପରି ତହରେ
ବୁଝିପାରୁ ନାହଁ କିମ୍ପା?
ଆସିବ ସମୟ ହତାଦର ହେବୁ
କର୍ମକରୁ ଯେଉଁପରି,
ପିତୃମାତୃ ସେବା ସର୍ବୋଚ୍ଚ ଜୀବନେ
ବାନ୍ଧି ଥିବୁ ଗଣ୍ଠି କରି।
ତେବେହିଁ ମଙ୍ଗଳ ଗୃହେନିଶ୍ଚେ ହେବ
ଲକ୍ଷ୍ମୀପୂର୍ଣ୍ଣ ହେବ ଗୃହ,
ଶାସ୍ତ୍ରର ବଚନ ଅନ୍ୟଥା ନହେବ
ଥିବ ସମଭାବେ ଗୃହ।
ପିତୃମାତୃଙ୍କୁର ସେବା କରୁ ଥିବୁ
ପୂର୍ଣ୍ଣ କରୁଥିବୁ ଇଚ୍ଛା,
ନିଅଁଟ ନହେଉ କିଛିଵି ତାଙ୍କର
ଏହୁତ ଜଗାଙ୍କ ଇଚ୍ଛା।
ଜଗନ୍ନାଥେ ଭକ୍ତି ନିତ୍ୟେ ରଖି ଥିବୁ
ସେବୁ ଥିବୁ ପିତୃମାତୃ,
ସମସ୍ତ ବୈଭବେ ହେବୁ ପରିପୂର୍ଣ୍ଣ
ଥିବ ଭକ୍ତି ପିତୃମାତୃ।
