"ବଟି କାରବାର"
"ବଟି କାରବାର"
ଗାଆଁରୁ ସହର
ଅଫିସି ନଗର
ସବୁଠି ଚାଲିଛି
ବଟି କାର ବାର
ବିନା ପଇସାରେ
କିଛି ହୁଏ ନାହିଁ
ଦିନ ସରି ଯାଏ
ଉପରକୁ ଚାହିଁ
ନଥିଲା ବାଲା ତ
ଖୁସି ହୋଇ ଯାଏ
ହାତ ଗୁଞ୍ଜା ଦେଇ
କାମ ସେ କରାଏ
ସବୁ ଥାଇ ପୁଣି
କିଏ ବସି ଥାଏ
କାମ ନ କରି ସେ
ଭାରି ଦୁଃଖୀ ହୁଏ
ବିନା ପଇସାରେ
କିଛି ହୁଏ ନାହିଁ
ମନ ଜାଣି ଫଳ
ସତେ ମିଳେ କାହିଁ
ଆସ ଆମେ ଭାଇ
ଏକାଠି ହୋଇବା
ଅନ୍ୟାୟ ବିରୁଦ୍ଧେ
ଆମେ ଯେ ଲଢ଼ିବା
