ବସ୍ତି ଓ କରୋଣା
ବସ୍ତି ଓ କରୋଣା


ଗଞ୍ଜାମକୁ ଏବେ ବଳିଗଲା ଖୋର୍ଦ୍ଧା
କରୋଣା ବିସ୍ତାରେ କାୟା
ନିତି ବାହାରନ୍ତି ଶହେରୁ ଅଧିକ
ସଂକ୍ରମିତ ନୂଆନୂଆ ।
ଖୋରଧା ଜିଲ୍ଲାରେ ଆମ ରାଜଧାନୀ
ଅବସ୍ଥା ତା ବଳିଯାଏ
ସହରରେ ଅଛି ଯେତେ ସବୁ ବସ୍ତି
ଚିନ୍ତା ତ ବଢାଇ ଦିଏ ।
ବସ୍ତି ତ ଏମିତି ଅଳପ ଜାଗାରେ
ରହୁଛନ୍ତି ବେଶି ଲୋକ
ଦୁଇଗଜ ଦୂର ନିୟମ ମାନିବା
ତାଙ୍କ ପାଇଁ ବଡ ଦୁଃଖ।
ରାଜଧାନୀର ତ ବାବୁ ବାବୁଆଣୀ
ଘର କାମେ ସବୁ ଢିଲା
ରନ୍ଧାବଢା ଆଉ ସଫାସଫି ପାଇଁ
ଆସିଥାନ୍ତି ବସ୍ତି ପିଲା ।
ବସ୍ତି କାମବାଲି କାମ କରୁଛନ୍ତି
ବୁଲିବୁଲି ଘରଘର ।
ସେଥିପାଇଁ ଏବେ କରୋଣାର ମାୟା
ମନରେ ବଢାଏ ଡର।
ରାଜଧାନୀରେ ତ ଅଛି ଯେତେ ବସ୍ତି
ସବୁ ଏବେ ହଟ୍ ସ୍ପଟ
ତାଙ୍କ ପାଇଁ ଆଜି ସାରା ରାଜଧାନୀ
ହେଉ ଅଛି ଛଟପଟ ।