STORYMIRROR

Chinmayee Kanta

Fantasy Inspirational Others

3  

Chinmayee Kanta

Fantasy Inspirational Others

ବସନ୍ତ

ବସନ୍ତ

1 min
160


ବସନ୍ତର ତାଳେ ତାଳେ ନାଚିବାର ଏକ ଅଭିଳାଷ

ଆମ ଧରିତ୍ରୀ ରାଣୀର

ଅତି ଉଲ୍ଲାସରେ ନିଜକୁ ସଜେଇ ହୋଇ

ଆନନ୍ଦର ଲହରୀ ବାଣ୍ଟି ଚାଲିଛି ସଭିଙ୍କ ମନରେ

ସତରେ

କି ସୁନ୍ଦର ତାର ସାଜସଜ୍ଜା

ମହୁଲ ଫୁଲର ଘୁଙ୍ଗୁର ପାଦରେ,

ଦେହରେ ନାଲି ରଙ୍ଗର ପଳାସ ଫୁଲ ର ଜାମା,

ମୁଣ୍ଡର ଗଭାରେ ଶିମିଳି ଫୁଲର ସଜ

ପୁଣି ଆମ୍ବ ବଉଳର ବାସ

ଏ ମନ ହସି ଉଠୁଛି ଦେଖି ତାର ବେଶପୋଷାକ l

ତାରି ସୌନ୍ଦର୍ଯ୍ୟର ଅନୁଭବ ପାଇଁ

ବାନ୍ଧବୀ ସବିତା ଅତି ଶୀଘ୍ର କରନ୍ତି ଆଗମନ

ସାରା ଭୁବନ ଧରିତ୍ରୀର କରି ଦର୍ଶନ

ହସି ଉଠେ ପୁଣି ପ୍ରତି କାନନ

ନା କ୍ଷେତରେ ଧାନ, ନା କୃଷକର ପରିଶ୍ରମ

ଅତି ସ୍ୱାଧୀନ ସମୟରେ, ଅତି ଆନନ୍ଦରେ

ସଭିଏଁ ଅନାଇ ବସନ୍ତି ସାରି ନିଜ ନିଜ କାମ  l

ସାରା ପରିବେଶ ନାଲି ରଙ୍ଗରେ ପୁରିରହିଛି

ତାରି ସୌନ୍ଦର୍ଯ୍ୟକୁ ଦେଖି ପର୍ବତରାଜ

ମୁରୁକି ମୁରୁକି ହସ ମାରୁଛି l

ସୁଲୁସୁଳିଆ ପବନରେ ଏକା ଯଦି କିଏ କରେ ପରିଭ୍ରମଣ

ଦେହରେ ଶିହରଣ ହୋଇ ଲାଗେ ଯେମିତି

କିଏ ଆସି କରି ଚାଲିଛି ଚୁମ୍ବନ ଆଉ ଆଲିଙ୍ଗନ l

ବସନ୍ତର ପ୍ରେମ ବାଣ୍ଟିବା ଶୈଳୀ କିଛି ଭିର୍ଣ୍ଣ

ତେଣୁ ଆଜି ସଭିଙ୍କ, ବସନ୍ତର ପ୍ରେମିକା ହେବାକୁ ଭାରି ମନ l

ସକାଳୁ ସକାଳୁ ସେଇ ସୁଲୁସୁଲୁ ପବନର ସ୍ୱାଗତରେ

ସଭିଙ୍କ ଦେହରୁ ଲୋମ ଟାଙ୍ଗୁରି ହୋଇ ଉଠେ

ପୁଣି କୋଇଲି ର ଗୀତରେ ମନ ପ୍ରଫୁଲ୍ଲ ହୋଇଯାଏ,

ଘରୁ ଯେବେ ନର କରେ ପ୍ରସ୍ତାନ

ବଉଳ ଫୁଲର ବାସନା କରି ଆଘ୍ରାଣ

ଚତୁର୍ପାଶ୍ୱରେ ଏ ପରିବେଶ ନାଲି ରଙ୍ଗରେ ପୂରଣ

ଜିତି ଚାଲିଅଛି ଏ ବସନ୍ତ ସଭିଙ୍କ ମନ l

ସ୍ୱଚ୍ଛ ଗଗନ ମଧ୍ୟେ ଆନନ୍ଦରେ ଖେଳିବୁଲୁଥିବା

ନାନା ଜାତିର ବିହଙ୍ଗ ପୁଣି, କେତେ ପ୍ରକାର ଶବଦ..

ଆପେ ଆପେ ହସର ଲହରୀ ହୋଇଯାଏ ଦ୍ବିଗୁଣିତ

ଯାମିନୀର ପ୍ରବେଶେ ସାଜସଜ୍ଜା ଏ ଆକାଶ

ଧାରା ପୃଷ୍ଟକୁ କିଛି ଆଲୋକ ଦେବା ସହ

ସୌନ୍ଦର୍ଯ୍ୟ ର ବୃଦ୍ଧି କରି

ସକାଳ ଠୁ ରାତ୍ରି ଯାଏ ମନ ମୋହି ନେଉଛି ll

ଏ ବସନ୍ତ ଆଜି ମନ ଜିଣୁଛି l

ଗାଁ ଠୁ ସହର ଯାଏ ଗୀତ ନାଚ ସାଥେ

ବାଜା ର ଏକ ଭିର୍ଣ୍ଣ ଛବି

ବାହାଘରର ଆନନ୍ଦ ନିଅନ୍ତି କେତେ

ପରିବାର ପୁଣି ବନ୍ଧୁ ଓ ବାନ୍ଧବୀ l

ବସନ୍ତ ରାଜ ସାଥେ ଧରିତ୍ରୀ ରାଣୀର ନୃତ୍ୟରେ

ଝୁମି ଉଠୁଛି ଏ ପରିବେଶ

ସଭିଙ୍କ ମନ ନାଚି ଉଠୁଛି ପୁଣି

ସଭିଙ୍କ ଓଠରେ ଫୁଟି ଉଠୁଛି ହସ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy