Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
234



ମାଘ ଶୁକ୍ଳପକ୍ଷ    ବସନ୍ତ ପଞ୍ଚମୀ

     ଶୁଭ ଆବିର୍ଭାବ ତିଥି

ଆସ ଭଗବତୀ   ମାଆ ବୀଣାପାଣୀ

     ଶାରଦେ ମା ସରସ୍ୱତୀ ।


ଶୁଭ୍ର ଶ୍ୱେତବସ୍ତ୍ର    କରି ପରିଧାନ

     ବିଶୁଦ୍ଧ ମାନସ ହ°ସେ

ବରଦ ମୁଦ୍ରାରେ    ଦିଅ ଦରଶନ

     ପୁସ୍ତକ ବୀଣା ସାହିତ୍ୟେ ।


ନିନାଦିତ ହେଉ    ଗଗନ ପବନ

     ଶୀତଳ ମୃଦୁ କମ୍ପନ

ବୀଣାର ଝଙ୍କାର    ପୁକାରୁ ପ୍ରଣବ

      ଦିଅ ସଦବୁଦ୍ଧି ଜ୍ଞାନ ।


ନାଶ ଅନ୍ଧକାର    ଜଡ଼ତା ଅଜ୍ଞାନ

      ସ୍ୱଚ୍ଛନ୍ଦ ହେଉ ଜୀବନ

ନ ହେଉ ସନ୍ତ୍ରସ୍ତ    ପୀଡିତ ପତିତ

     ସୁନ୍ଦର ଏ ସୃଷ୍ଟି ମୈ।ନ ।


ହୃଦ ସହସ୍ରାର    ପ୍ରଫୁଲ୍ଲ କମଳ

     ବିଭୋର ମନ ତଲ୍ଲୀନ

ବହୁ ମୃଦୁମନ୍ଦ    ମଳୟ ସମୀର

     ଉଲ୍ଲସୁ ଜୀବନ ପ୍ରାଣ ।


ଗୁଞ୍ଜୁ ପ୍ରତିକଣ୍ଠେ   ଜୀବନ ସଙ୍ଗୀତ

     ବିକଶୁ ପ୍ରତିଭା ବିଦ୍ୟା

ଆସ ବାଗଦେବୀ   ଜନନୀ ଭାରତୀ

     ବ୍ରହ୍ମସୂତା ବିଶ୍ୱବନ୍ଦ୍ୟା ।

         



Rate this content
Log in

Similar oriya poem from Inspirational