ବସନ୍ତ ପଞ୍ଚମୀ
ବସନ୍ତ ପଞ୍ଚମୀ


ମାଘ ଶୁକ୍ଲପକ୍ଷ ପଞ୍ଚମୀ ତିଥି କୁ
ବସନ୍ତ ପଞ୍ଚମୀ ନାମେ,
ଶ୍ରୀ ପଞ୍ଚମୀ ନାମ ପୂଣ୍ୟ ଏ ସଂସାରୁ
ଅବତରି ଧରାଧାମେ ।
ତୁମେ ବାଣୀ, ବିଦ୍ୟା, ବୁଦ୍ଧି, ଜ୍ଞାନଦାତ୍ରୀ
ଅପାର ଶକ୍ତି ର ସ୍ରୋତ,
ଶୁଦ୍ଧ ଜ୍ଞାନମୟୀ ମା "ଆନନ୍ଦ ମୟୀ
ସତ୍ତ୍ୱ ଗୁଣେ ମା "ବିଖ୍ୟାତ ।
ବୀଣା ର ଝଙ୍କାର ଓଁ କାର ର ସ୍ୱର
ପୂଣ୍ୟ ପବିତ୍ର ରେ ଭରା,
ସାମବେଦ ଗାନ ଶୀତଳ ପରାଣ
ଶାଶ୍ୱତ ଏ ସସାଗରl ।
ସୌମ୍ୟଗୁଣ ଭାବା ରାଷ୍ଟ୍ରୀୟ ଭାବନା
ପ୍ରଦାନ କାରିଣୀ ଶକ୍ତି,
ଶ୍ୱେତ ସାମଗ୍ରୀ ର ଶୁକ୍ଲବର୍ଣ୍ଣ ଧାରା
ଦେବତା ଙ୍କ ପ୍ରତିନିଧି ।
ସୃଷ୍ଟି ନିର୍ମାତ୍ରୀ ବ୍ରହ୍ମlଣ୍ଡ ଅଧିଷ୍ଠାତ୍ରୀ
ସର୍ବଶ୍ରେଷ୍ଠ ଜ୍ଞାନମୟୀ,
ଦ୍ୱାଦଶ ନାମ କୁ ତ୍ରିସନ୍ଧ୍ୟା ସାଧିନି
ହୁଏ ତୁମ କୃପା ପାତ୍ରୀ ।
ପ୍ରଥମେ ନାମ ମା "ଭାରତୀ ଦେବୀଲୋ
ଦ୍ୱତୀୟ ରେ ସରସ୍ବତୀ,
ତୃତୀୟେ ଶାରଦା, ହଂସ ବାହିନୀ ଲୋ
ପଞ୍ଚମେ ଜଗତୀ ଖ୍ୟlତି ।
ଷଷ୍ଠେ ବାଗୀଶ୍ୱରୀ, ମା "କୁମୁଦୀ ପ୍ରୋକ୍ତା
ଅଷ୍ଟମେ ବ୍ରହ୍ମଚାରିଣୀ,
ନବମଂ ବୁଦ୍ଧିଦାତ୍ରୀ, ବରଦାୟିନୀ
ଏକାଦଶଂ ଚନ୍ଦ୍ରକାନ୍ତି ।
ଦ୍ୱାଦଶଂ ଭୁବେନେଶ୍ୱରୀ କୃପାମୟୀ
>
ବ୍ରହ୍ମରୂପା ସରସ୍ବତୀ,
ବୀଣା ମଣ୍ଡିତ କରା ସ୍ପଟିକ ଧାରୀ
ତୁଷାର ଧବଳ କାନ୍ତି ।
ଗଙ୍ଗା ଜଳେ ସ୍ନାନ ପାପ ଯେ ହରଇ
ପୂଣ୍ୟଭାବ ପ୍ରକାଶଇ,
ତୁମ ଗୁଣ, ଯଶ, ଶ୍ରବଣ ଗାନ ଟି
ଅଜ୍ଞାନ ଦୁରେଇ ଥାଇ ।
ନୀଳ ସରସ୍ବତୀ ପୂଜା ଫଳେ ମାଲୋ
ଅପୂର୍ବ ଭାବ ର ଫଳ,
ଅଜ୍ଞାନୀ ଜାଣେନି ଜ୍ଞାନ ଗାରିମା ଲୋ
ମୂର୍ଖ ପରାଣ କେବଳ ।
ମରାଳ ବାହିନୀ ଜୟ ବୀଣାପାଣି
ଗଳେ ତୁମ ମୁକ୍ତାହାର,
ହସ୍ତେ ସ୍ପଟିକ ମା "କର୍ଣ୍ଣ ରେ କୁଣ୍ଡଳ
ଶୁଭ୍ରକାନ୍ତି ମନୋହର ।
ଆଶିଷ ବରି ମୁକ ଲଙ୍ଘଇ ଗିରି
ମୂଢ଼ ହୁଏ କାଳିଦାସ,
ଭୁବନ ମୋହିନୀ ବିଦ୍ୟା ପ୍ରଦାୟିନୀ
ବ୍ରହ୍ମ ବାହିନୀ ଆଶିଷ ।
ଅପସରି ଯାଉ ଅଜ୍ଞାନ ତିମିର
କୃପା କରୁଣା ର ଝର,
ଏତିକି ସୁଦୟା ଜନନୀ ମୋହର
ତୁମ ଆଶ୍ରିତା ଭାବର ।
ହୃଦୟ ର କୋଟି ନୀଳ କଇଁ ଦେଇ
ଆବାହନ କରେ ମୁହିଁ,
କଣ୍ଠ ତଟେ ରହି ଜ୍ଞାନ ଭରି ଦେଇ
ନିର୍ମଳ ଚେତନା ପାଇଁ ।
ଅସାର ସଂସାରେ କଷଣ ସାଗରେ
ଭାବ ତରୀ ଲୋ କଲ୍ୟାଣୀ,
ତୁମ ନାମ ଯଶ ରଟିବି ମହୀରେ
ଦେବ ବିଦ୍ୟାଲୋ ଭବାନୀ ।