STORYMIRROR

Debashis Pati

Classics

3  

Debashis Pati

Classics

ବସନ୍ତ ଆଗମନେ

ବସନ୍ତ ଆଗମନେ

1 min
986

ପ୍ରକୃତି ରାଣୀ କି ଶୋଭିତ

ଚାରୁ ସୁମନ

କବରୀ କୁଞ୍ଜରେ ଜଡିତ  ।


ଦୂର ପରଦେଶୀ ହଳଦୀ ବସନ୍ତ

ସଧୀରେ କି କାହୁଁ ଆସିଲା

ତରୁ ଶାଖାପରେ ମଞ୍ଜୁଳ ରାଗରେ

ରହି ରହି ଗୀତ ଗାଇଲା ,

ଶାଳ ବିଥୀରେ ,

ଜୋଛନା ଧରାକୁ ଛୁଇଁଲା ।


ଅଳି ଗୁଞ୍ଜନରେ କଳି ଲାଜବତୀ

ସମୀର ଚାମର ଢାଳିଲା

ମିଳନର ମଧୁମାସ ଆସିଲାକି

ପଳାଶରେ ରଙ୍ଗ ଭରିଲା ,

ନବ ଯୁବତୀ ,

ରଭସରେ ଚିତ୍ତ ବୁଡିଲା  ।


ଫଗୁ ରଙ୍ଗ ବୋଳି ପବନରେ ଦୋଳି-

ଖେଳି କୃଷ୍ଣଚୂଡା ଫୁଟିଲା

ଚୂତ ମୁକୁଳରେ ବାସ ଚହଟାଇ

ଚଉଦିଗେ ଧରା ହସିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics