STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ବରଯାତ୍ରୀ

ବରଯାତ୍ରୀ

1 min
14K


ବରଯାତ୍ରୀରେ ଯାଉଛ

ବନ୍ଧୁତ୍ୱ ପରିଚୟ ଦେଉଛ

ଭଲ କାମଟିଏ କରୁଛ

କିନ୍ତୁ,

ନିଜକୁ କଣ ଭାବୁଛ

ମଦପିଇ ବାତେରା ଭଳିଆ ହେଉଛ

ନାଗିନ ଡେନ୍ସ କରୁଛ

ଅଭଦ୍ରର ପରିଚୟ ଦେଉଛ

ଭୋଜିଭାତ ଖାଉଛ

ଅଧାଖାଇ ଅଧାଫିଙ୍ଗୁଛ

ଫିଙ୍ଗାଫୋଫୋଡା କରୁଛୁ

ଯାହାଇଛା ତାହା କରୁଛ

ନିଜକୁ ହିରୋ ଭାବୁଛ

ବେସି ଉତୁପାତ ହେଉଛ

ହେଲେ କନ୍ୟାପିତା କଥା କେବେ ଭାବିଛ

କେବେ ଅନୁଭବ କରିଛ

ସାରାଜୀବନର ସଂଚିତ ଧନକୁ

କନ୍ୟା ପିତା ଖର୍ଚ୍ଚ କରେ

ବରଯାତ୍ରୀଙ୍କୁ ଖୁସି କରିବାକୁ

ନିରନ୍ତର ଚେଷ୍ଟା କରେ

ନିଜର ଖୁସିକୁ ଅନ୍ୟକୁ ଦେଇ

ନିଜେ ଦୁଃଖୀ ହେଇଯାଏ

ନିଜର ଝିଅକୁ ବିଦାୟ କରି

ମନେ ମନେ କାନ୍ଦୁଥାଏ

ଆସଭାଇ ମାନେ ଶପଥ କରିବା

ଭଦ୍ରାମିରେ ବରଯାତ୍ରୀରେ ଯିବା

କନ୍ୟା ପିତାଙ୍କର ସମ୍ମାନ ରଖି

ମଣିଷ ପଣିଆ ଦେଖେଇଦେବା

ଏଇ ଜୀବନଟା ଅଢେଇଦିନିଆ

କାହିଁକି କା ମନରେ ଦୁଃଖକୁ ଦେବା

ଆମ ଭଉଣୀ ବି ଦିନେ ବାହାହେବ

ଏଇକଥା ଆମେ ମନରଖିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational