ବୃତ୍ତିର ଜୀବନ
ବୃତ୍ତିର ଜୀବନ
ଜୀବନଟା ନୁହେଁ ଏକଲା ଏକଲା
ବଂଚିବା ରହିବା ଲାଗି
ସମାଜେ ଜୀବନ ପାଇଁକି ମଣିଷ
ନାନା କର୍ମ କରେ ପୁଣି ll
ପିନ୍ଧିବା ପାଇଁକି ତନ୍ତୀ ଯେ ବୁଣଇ
ବସ୍ତ୍ର ଲୁଗା ପଟା ମାନ
ଘର ଓ ମନ୍ଦିର ଶ୍ରମିକ ଗଢଇ
କରି କାରୁକାର୍ଯ୍ୟ ମାନ ll
ସଂସାରେ ମହାନ ସଫେଇ କାମକୁ
କରିବସେ ମେହେନ୍ତର
ରୋଗୀର ସେବାକୁ ସେବିକା କରଇ
ସାହାଯ୍ୟରେ ଡାକତର ll
ଆଇନ ଶୃଙ୍ଖଳା ଦାରୁଗା ର କାମ
ଜଗେ ସେ ଚୋର ତସ୍କର
ଡାକ ର ପିଅନ ବାଣ୍ଟେଯେ ପାର୍ସଲ
ବୁଲି ସେ ଦ୍ଵାରକୁ ଦ୍ୱାର ll
କୃଷକ ଆମର ବନ୍ଧୁ ସମାଜର
ସଭିଙ୍କୁ ଯୋଗାଏ ଶସ୍ୟ
ସୀମା କୁ ଜଗେ ତ ସୈନିକ ଦେଶର
ସୁରକ୍ଷା ରେ ଆମ ଦେଶ ll
ନେତା ମନ୍ତ୍ରୀ ଯନ୍ତ୍ରୀ ସମାଜ ସେବାରେ
ଜୀବନ ଉତ୍ସର୍ଗ କରେ
ଭବିଷ୍ୟ ଗଢଇ ଶିକ୍ଷକ ସଂସାରେ
ପିଲାପଢେ ଆନନ୍ଦରେ ll
କୌଳିକ ବୃତ୍ତିକୁ ଗ୍ରହଣ କରିଲେ
ବେକାରୀ ସମସ୍ୟା ହଟେ
କାମ ପାଇଁ ଲୋକ ଏଘର ସେଘର
ଜୀବିକା ଚିନ୍ତାରୁ ବଞ୍ଚେ ll
ଭିନ୍ନ ଭିନ୍ନ କର୍ମ ମଣିଷ କରଇ
ସମାଜ ର ଉନ୍ନୟନ
ଜୀବିକା ଜୀବନେ ନ ଥାଏ ଲଜ୍ଜା ତ
କର୍ମ ଅଟେ ଭଗବାନ ll
କର୍ମ ରେ ଜଡିତ ରହିଲେ ମଣିଷ
କୁଚିନ୍ତା ରୁ ମୁକ୍ତି ମିଳେ
କର୍ମ ହୀନ ଲୋକ କୋଡ଼ିଆ ହୋଇକି
ପରଚର୍ଚ୍ଚା କରି ଚାଲେ ll
ଉଚ୍ଚ ନୀଚ କର୍ମ ନ ଥାଏ କର୍ମରେ
ସଭିଙ୍କୁ ସମ୍ମାନ କର
କର୍ମ ଫଳ ସବୁ ସମର୍ପି ଈଶ୍ୱରେ
ଆଦରରେ କର୍ମ କର ll
