STORYMIRROR

Nrusingha Narayan Tripathy

Children

4  

Nrusingha Narayan Tripathy

Children

ବୃତ୍ତିର ଜୀବନ

ବୃତ୍ତିର ଜୀବନ

1 min
188


ଜୀବନଟା ନୁହେଁ       ଏକଲା ଏକଲା

       ବଂଚିବା ରହିବା ଲାଗି

ସମାଜେ ଜୀବନ      ପାଇଁକି ମଣିଷ

      ନାନା କର୍ମ କରେ ପୁଣି ll


ପିନ୍ଧିବା ପାଇଁକି     ତନ୍ତୀ ଯେ ବୁଣଇ 

      ବସ୍ତ୍ର ଲୁଗା ପଟା ମାନ

ଘର ଓ ମନ୍ଦିର       ଶ୍ରମିକ ଗଢଇ

      କରି କାରୁକାର୍ଯ୍ୟ ମାନ ll


ସଂସାରେ ମହାନ     ସଫେଇ କାମକୁ

       କରିବସେ ମେହେନ୍ତର

ରୋଗୀର ସେବାକୁ     ସେବିକା କରଇ

        ସାହାଯ୍ୟରେ ଡାକତର ll


ଆଇନ ଶୃଙ୍ଖଳା        ଦାରୁଗା ର କାମ

        ଜଗେ ସେ ଚୋର ତସ୍କର

ଡାକ ର ପିଅନ      ବାଣ୍ଟେଯେ ପାର୍ସଲ

        ବୁଲି ସେ ଦ୍ଵାରକୁ ଦ୍ୱାର ll


କୃଷକ ଆମର      ବନ୍ଧୁ ସମାଜର

      ସଭିଙ୍କୁ ଯୋଗାଏ ଶସ୍ୟ

ସୀମା କୁ ଜଗେ ତ    ସୈନିକ ଦେଶର

        ସୁରକ୍ଷା ରେ ଆମ ଦେଶ ll


ନେତା ମନ୍ତ୍ରୀ ଯନ୍ତ୍ରୀ     ସମାଜ ସେବାରେ

      ଜୀବନ ଉତ୍ସର୍ଗ କରେ

ଭବିଷ୍ୟ ଗଢଇ     ଶିକ୍ଷକ ସଂସାରେ

      ପିଲାପଢେ ଆନନ୍ଦରେ ll


କୌଳିକ ବୃତ୍ତିକୁ     ଗ୍ରହଣ କରିଲେ

       ବେକାରୀ ସମସ୍ୟା ହଟେ

କାମ ପାଇଁ ଲୋକ    ଏଘର ସେଘର

        ଜୀବିକା ଚିନ୍ତାରୁ ବଞ୍ଚେ ll


ଭିନ୍ନ ଭିନ୍ନ କର୍ମ     ମଣିଷ କରଇ

     ସମାଜ ର ଉନ୍ନୟନ

ଜୀବିକା ଜୀବନେ    ନ ଥାଏ ଲଜ୍ଜା ତ

     କର୍ମ ଅଟେ ଭଗବାନ ll


କର୍ମ ରେ ଜଡିତ    ରହିଲେ ମଣିଷ

      କୁଚିନ୍ତା ରୁ ମୁକ୍ତି ମିଳେ

କର୍ମ ହୀନ ଲୋକ   କୋଡ଼ିଆ ହୋଇକି

     ପରଚର୍ଚ୍ଚା କରି ଚାଲେ ll


ଉଚ୍ଚ ନୀଚ କର୍ମ     ନ ଥାଏ କର୍ମରେ

      ସଭିଙ୍କୁ ସମ୍ମାନ କର

କର୍ମ ଫଳ ସବୁ     ସମର୍ପି ଈଶ୍ୱରେ

       ଆଦରରେ କର୍ମ କର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children