ବୃଥା ଆସ୍ଫାଳନ।
ବୃଥା ଆସ୍ଫାଳନ।
ଅନ୍ଧଦେଶେ ଭାଇ ଦର୍ପଣ ବିକିଲେ
ଦୃଷ୍ଟି ଶକ୍ତି କି ଫେରିବ
ନିମ୍ବ ବାଟୀକାରେ ମଳୟ ଲାଗିଲେ
ଚନ୍ଦନ କି କେବେ ହେବ
ଚାକୁଣ୍ଡା ବୁଣିଲେ ଉଠେ ନାହିଁ ଯେବେ
କି ଫସଲ ଉଗାଳିବ
ଲାଙ୍ଗୁଡ ନଥିବା ଚଷା ପୁଅ କେବେ
ଚଷା ତଳେ ଗଣାହେବ
ମୋଚି ଠୁଁ ଚମଡା ବେପାର କରିକି
ମହାଜନ ହେବ ନାହିଁ
କୁସୁମ କାଠରୁ ପାଣି ନିଗାଡିବା
ବୃଥା ଚେଷ୍ଟା କର କାହିଁ
ପାଣ୍ଡିତ୍ୟ ନ ଥାଇ ପଇତା ଦେଖାଇ
ନିଜକୁ ବୋଲାନ୍ତି ଗୁଣି
ସବୁ ଚକ୍ ମକିଆ ସୁନା ନୁହଁ ଭାଇ
କାଚ, କାଚ ମଣି ମଣି
