STORYMIRROR

Santanu Bisoi

Abstract

2  

Santanu Bisoi

Abstract

ବୃଥା ଆସ୍ଫାଳନ।

ବୃଥା ଆସ୍ଫାଳନ।

1 min
345

ଅନ୍ଧଦେଶେ ଭାଇ ଦର୍ପଣ ବିକିଲେ

ଦୃଷ୍ଟି ଶକ୍ତି କି ଫେରିବ

ନିମ୍ବ ବାଟୀକାରେ ମଳୟ ଲାଗିଲେ

ଚନ୍ଦନ କି କେବେ ହେବ


ଚାକୁଣ୍ଡା ବୁଣିଲେ ଉଠେ ନାହିଁ ଯେବେ

କି ଫସଲ ଉଗାଳିବ

ଲାଙ୍ଗୁଡ ନଥିବା ଚଷା ପୁଅ କେବେ

ଚଷା ତଳେ ଗଣାହେବ


ମୋଚି ଠୁଁ ଚମଡା ବେପାର କରିକି

ମହାଜନ ହେବ ନାହିଁ

କୁସୁମ କାଠରୁ ପାଣି ନିଗାଡିବା

ବୃଥା ଚେଷ୍ଟା କର କାହିଁ


ପାଣ୍ଡିତ୍ୟ ନ ଥାଇ ପଇତା ଦେଖାଇ

ନିଜକୁ ବୋଲାନ୍ତି ଗୁଣି

ସବୁ ଚକ୍ ମକିଆ ସୁନା ନୁହଁ ଭାଇ

କାଚ, କାଚ ମଣି ମଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract