Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance Fantasy

4  

Sadananda Sahoo

Romance Fantasy

ବର୍ଷାସହ କିଛିସ୍ମୃତି

ବର୍ଷାସହ କିଛିସ୍ମୃତି

1 min
369



ବରଷା ପ୍ରେମିକା ସ୍ମୃତି ସ୍ମରଣିକା

କଳା ବାଦଲର ସାଥୀ;

ଯେବେ ପାଶେ ଆସେ ସ୍ମୃତି ବଖାଣେ

ମୁକ୍ତାବିନ୍ଦୁ ଟୋପା ଢାଳି l

ଭିଜାଭିଜା ବାସ୍ନା ସତେସେ ସୁଲଗ୍ନା

ବସୁଧାର କୁଳବଧୂ; 

ସବୁଜ ବନାନୀ ପ୍ରିତୀ ସୁହାଗିନୀ

ସମର୍ପଣେ ବାନ୍ଧେ ବନ୍ଧୁ l

ଆକାଶୀ କନ୍ୟା ସେ କପଟ ନଜାଣେ

ସଭିଁଙ୍କୁ ଆଦର କରେ;

ଅନାବିଳ ପ୍ରେମ ସତେ ତା'ର ଧର୍ମ

ଭଲପାଏ ଅଗୋଚରେ l

ଇନ୍ଦ୍ରଦେବ ସୁତା ସତେ ସେ ଦୁହିତା

ପ୍ରିତୀ ଛନ୍ଦା ସୁକଲ୍ଯାଣୀ;

ଛାତି ଚିରି ଆସେ ଆକାଶରୁ ସତେ

କରିବାକୁ ଚିରଋଣୀ l

ରିମିଝିମି ସୁରେ ପ୍ରେମଗୀତ ଗାଏ

ମନପରା ନିଏ ମୋହି; 

ବିଜୁଳି ଆଲୁଏ ତା'ରୂପ ଝଲସେ

ରୂପସୀ ଷୋଡ଼ଶୀ ସେହି  ll



Rate this content
Log in

Similar oriya poem from Romance