ବରଷାରାଣୀ
ବରଷାରାଣୀ
ବରଷା ରାଣୀ ଦେ ତୁ ପାଣି
ଆକାଶ ଦେଶୁ ଆଣି
ତୋ ଛୁଆଁପାଇ ନଦୀ ସାଗର
ପୂରି ଉଠୁ ସରଣୀ
ଜୀବଜଗତ ଗଛ ଓ ଲତା
ଲଭୁ ଶୀତଳ ତୃପ୍ତି
ନିଦାଘ କଷ୍ଟ ଦୂରେଇ ଯାଇ
ମନରେ ଆସୁ ଶାନ୍ତି
କୃଷକଭାଇ ମେଘକୁ ଦେଖି
ମହା ଆନନ୍ଦ ମନେ
କରଇ ଚାଷ ରୋପଇ ଗଛ
ଗୁଣୁ ଗୁଣୁ ଗୀତ ତାନେ
କଳା ବାଦଲ ଆକାଶେ ଦେଖି
ନାଚେ ମୟୂର ବନେ
କେଡେ ସୁନ୍ଦର ପୁଚ୍ଛ ତାହାର
ଲୋଭ ଆସଇ ମନେ
କାଗଜ ଡଙ୍ଗା ଭସାଇ ଜଳେ
କୁନା ମାରଇ ଡ଼ିଆ
ବେଙ୍ଗୁଲି ନାନୀ ଛାଡ଼ଇ ଡାକ
ବରଷା ରାଣୀ ଆ ଆ
