STORYMIRROR

PUSPALATA SAHOO

Classics

3  

PUSPALATA SAHOO

Classics

ବରଷାରାଣୀ

ବରଷାରାଣୀ

1 min
416

ବରଷା ରାଣୀ ଦେ ତୁ ପାଣି

ଆକାଶ ଦେଶୁ ଆଣି

ତୋ ଛୁଆଁପାଇ ନଦୀ ସାଗର

ପୂରି ଉଠୁ ସରଣୀ

ଜୀବଜଗତ ଗଛ ଓ ଲତା

ଲଭୁ ଶୀତଳ ତୃପ୍ତି

ନିଦାଘ କଷ୍ଟ ଦୂରେଇ ଯାଇ

ମନରେ ଆସୁ ଶାନ୍ତି

କୃଷକଭାଇ ମେଘକୁ ଦେଖି

ମହା ଆନନ୍ଦ ମନେ

କରଇ ଚାଷ ରୋପଇ ଗଛ

ଗୁଣୁ ଗୁଣୁ ଗୀତ ତାନେ

କଳା ବାଦଲ ଆକାଶେ ଦେଖି

ନାଚେ ମୟୂର ବନେ

କେଡେ ସୁନ୍ଦର ପୁଚ୍ଛ ତାହାର

ଲୋଭ ଆସଇ ମନେ

କାଗଜ ଡଙ୍ଗା ଭସାଇ ଜଳେ

କୁନା ମାରଇ ଡ଼ିଆ

ବେଙ୍ଗୁଲି ନାନୀ ଛାଡ଼ଇ ଡାକ

ବରଷା ରାଣୀ ଆ ଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics