STORYMIRROR

Kalandi pal

Inspirational

4  

Kalandi pal

Inspirational

ବର୍ଷାର ପ୍ରକୋପ

ବର୍ଷାର ପ୍ରକୋପ

1 min
261

ବରଷାର ଧାରା ପୟଃ ସମ ପରା

  ବରକତ ଧରା ପାଇଁ.

ବସୁନ୍ଧରା ଲଭେ ଶସ୍ୟ ସବୁଜିମା

  ବରଣୀୟା ଅଟେ ସେହି. ll


ବିଭବ ବୈଭବ ଅଟେ ତାର ଦାନ

  ବର୍ତ୍ତିତ ଏହି ଜୀବନ.

ବରଷା ବିହୁନେ ବସୁନ୍ଧରା ଏଠି

  ବହେ ମରୁଭୂମି ସ୍ଥାନ. ll


ବରଷା ପ୍ରକୋପ ଅତି ବଳବନ୍ତ

  ବର୍ଣ୍ଣି ହୁଏନି ଭାଷାରେ.

ବିବର୍ତ୍ତନେ ତାର ବୃକ୍ଷ ଅଟାଳିକା

  ବିଖଣ୍ଡିତ ତ ଧରାରେ. ll


ବଳିୟାର ହୋଇ ଆସେ ଏ ଧାରାକୁ

  ବିଭୀଷିକା ବାତ୍ୟା ଘେନି.

ବହଳ ପଡଇ ଶୁଖିଲା ଭୂଇଁରେ

  ଵିଲୋଳେ ଥରେ ମେଦିନୀ. ll


ବଡ଼ପଣ ତା ପକୃତି ସନ୍ତୁଳନ .

  ବହେ ମନ୍ଦ ମନ୍ଦ ବାଆ.

ବରଦାସ୍ତ କେବେ କରେ ନାହିଁ ସିଏ

  ବିପନ୍ନେ ପକୃତି ହିଆ. ll


ବିପିନ ସାଗର ଏକାକାର ହୁଏ

  ବିକ୍ଷିପ୍ତ ନେତରେ ତାର.

ବିଭିଷିକା ରଚେ ଧରଣୀ ବୁକୁରେ

  ବିନାଶି ପ୍ରାଣ ସମ୍ଭାର. ll


ବନ୍ଧୁର ହେଉ ଏ ଧରାକୁ ସେ ଯେତେ

  ବୋହି ନେଉ ପ୍ରାଣ ଵିଭବ.

ବରଦାସ୍ତ କରି ବସୁନ୍ଧରା ଖୋଜେ

  ଵିଭବ ବଦଳେ ଜୀବ. ll


ବରବାଦ କରୁ କ୍ଷଣକେ ଧରାକୁ

  ବରଷାର ନାମ ଜଳ.

ବରଦାନ ତାର ଖାଦ୍ୟ ଏହି ପ୍ରାଣ

  ବନ୍ଦନୀୟା ସେ ସକଳ. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational